Advertisment

କଟକ ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ପ୍ରଶାନ୍ତ ଜଗଦ୍ଦେବ

୧୧ ଦିନ ପରେ କଟକ ବଡ଼ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି ପ୍ରଶାନ୍ତ।

Prasant Jagadev

Prasant Jagadev

Advertisment

କଟକ ବଡ଼ ଡାକ୍ତରଖାନାରୁ ଆଜି ଭୋରରେ ଡିସଚାର୍ଜ ହୋଇଛନ୍ତି ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ୧୧ ଦିନ ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଗତ ମେ’ ୨୯ ତାରିଖରେ ସେ ଅସୁସ୍ଥ ହୋଇ କଟକ ବଡ଼ ଡାକ୍ତରଖାନାର ମେଡିସିନ ବିଭାଗରେ ଭର୍ତ୍ତି ହୋଇଥିଲେ। 

Advertisment

ଇଭିଏମ୍ ଭଙ୍ଗାରୁଜା କରିଥିବା ଅଭିଯୋଗରେ ଗତ ମେ’ ୨୫ ତାରିଖ ବିଳମ୍ବିତ ରାତିରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା। କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଖୋର୍ଦ୍ଧା ଜେଲ୍‌କୁ ପଠାଇ ଦିଆଯାଇଥିଲା। 

ଜେଲ୍‌ରେ ଥିବା ବେଳେ ମେ’ ୨୮ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ ପ୍ରଶାନ୍ତ ଜଗଦ୍ଦେବ। ତେଣୁ ମେ’ ୨୯ ତାରିଖ ଭୋରରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାର ମେଡିସିନ୍ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବ୍ଲଡ୍ ପ୍ରେସର ଓ ସୁଗାର ସ୍ତର ବଢ଼ି ଯାଇଥିଲା। 

Advertisment

ଗତ ମେ’ ୩୧ ତାରିଖରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଥିଲା। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ-୨ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ତେବେ ଜାମିନ ପାଇଁ ସେ ପୁଣି ଆବେଦନ କରିଥିଲେ। ଜୁନ୍ ୭ ତାରିଖରେ କୋର୍ଟ ତାଙ୍କୁ ୩ ଦିନ ପାଇଁ ଜାମିନ ପ୍ରଦାନ କରିଥିଲେ। ତାଙ୍କୁ ଜୁନ୍ ୯, ୧୦ ଓ ୧୧ ତାରିଖ ପାଇଁ ଜାମିନ ମିଳିଛି। ଅର୍ଥାତ୍ ଆଜିଠାରୁ  ତାଙ୍କ ଜାମିନ ଅବଧି ଆରମ୍ଭ ହେଉଛି। ଆଉ ଆଜି ଭୋରରେ ତାଙ୍କୁ ଏସ୍‌ସିବିରୁ ଡିସ୍‌ଚାର୍ଜ କରାଯାଇଛି। 

୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ଯଥାକ୍ରମେ ବେଗୁନିଆ ଓ ଚିଲିକାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ତେବେ ୨୦୨୪ରେ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ଓ ଖୋର୍ଦ୍ଧା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮,୫୯୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ପ୍ରଶାନ୍ତ ଜଗଦ୍ଦେବଙ୍କୁ ୮୦ ହଜାର ୫୬୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ରାଜେନ୍ଦ୍ରଙ୍କୁ ୭୧ ହଜାର ୯୬୬ଟି ଭୋଟ୍ ମିଳିଥିଲା। 

Prasant Jagadev
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe