Prashant Bhushan
ରାଜ୍ୟରେ ଲୁଟ୍ ହେଉଛି ପ୍ରାକୃତିକ ସମ୍ପଦ। ଗରିବ ଆଦିବାସୀ ଓ କୃଷକଙ୍କୁ ପୋକ ମାଛି ଭଳି ରାଜ୍ୟ ସରକାର ବ୍ୟବହାର କରୁଛନ୍ତି। ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଏଭଳି ନିଶାନା କରି ବର୍ଷିଛନ୍ତି ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ। ତା’ସହ ୬ ହଜାର କୃଷକଙ୍କୁ ବିସ୍ଥାପିତ କରି ପ୍ରାକୃତିକ ସମ୍ପତ୍ତି ନଷ୍ଟ କରିବାର ମସୁଧା ହୋଇଥିଲା ବୋଲି କହିଛନ୍ତି ପ୍ରଶାନ୍ତ ଭୂଷଣ।
Advertisment
5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଶ୍ରୀ ଭୂଷଣ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜେ ମୁଖ୍ୟମନ୍ତ୍ରୀଙ୍କ ଭଳି ବୁଲୁଥିବା ଶୁଣୁଛି। ରାଜ୍ୟରେ କର୍ପୋରେଟ ସଂସ୍ଥା ଗୁଡିକୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି ବୋଲି ପ୍ରଶାନ୍ତ ଭୂଷଣ କହିଛନ୍ତି। ଆସନ୍ତା ୯ ତାରିଖରେ ପୁରୀ ବେଲଦଳରେ ଆୟୋଜିତ କୃଷକ ବିଜୟ ସମାବେଶରେ ଯୋଗଦେବେ ପ୍ରଶାନ୍ତ ଭୂଷଣ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
