Advertisment

ଆସିଲେ ପ୍ରତ୍ୟୁଷାଙ୍କ ପୂର୍ବତନ ସ୍ୱାମୀ, ହେଲେ ଆସିଲେନି ସୋମାଲିକା

ଆଜି ସୋମାଲିକା ହାଜର ହେବା କଥା। ହେଲେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହେଲେନି ସୋମାଲିକା। ଆଜିର ଶୁଣାଣି ପରେ ବିବାହ ପଞ୍ଜିକରଣ ଅଧିକାରୀ ଏହା ଉପରେ ନିଜର ନିଷ୍ପତ୍ତି ଶୁଣାଇବେ।

author-image
Manoranjan Sial
Somalika

Somalika

ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲାରେ ନୂଆ ଟ୍ଵିଷ୍ଟ ଆସିଛି। ବିଜୟଙ୍କ ଭାବି ପତ୍ନୀ ପ୍ରତ୍ୟୁଷା ନନ୍ଦ ପୂର୍ବରୁ ବିବାହିତ ଏବଂ ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି। ପ୍ରତ୍ୟୁଷାଙ୍କ ପୂର୍ବତନ ସ୍ୱାମୀ ତୃପ୍ତି ରଞ୍ଜନ ରାଉଳ ଆଜି ସବରେଜିଷ୍ଟ୍ରି ଅଫିସରେ ହାଜର ହୋଇ ଏହି ଦଲିଲ ଦାଖଲ କରିଛନ୍ତି। ଏହି ପ୍ରସଙ୍ଗରେ ଆଜି ତାଙ୍କୁ ଅଧିକାରୀଙ୍କ ପକ୍ଷରୁ ଜେରା ମଧ୍ୟ କରାଯାଇଛି।

Advertisment

ଅନ୍ୟପଟେ ଆଜି ସୋମାଲିକା ହାଜର ହେବା କଥା। ହେଲେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହେଲେନି ସୋମାଲିକା। ଆଜିର ଶୁଣାଣି ପରେ ବିବାହ ପଞ୍ଜିକରଣ ଅଧିକାରୀ ଏହା ଉପରେ ନିଜର ନିଷ୍ପତ୍ତି ଶୁଣାଇବେ।

କଟକ ବିବାହ ପଞ୍ଜିକରଣ ଅଧିକାରୀ ଗୋପବନ୍ଧୁ ପରିଡା କହିଛନ୍ତି, ସୋମାଲିକା ଆଜି ଆସିଲେ ନାହିଁ। ସେ ଅସୁସ୍ଥ ଅଛନ୍ତି ବୋଲି ତାଙ୍କ ଓକିଲ୍‌ ମାଧ୍ୟମରେ କହିଛନ୍ତି। ସାକ୍ଷୀ ହିସାବରେ ପ୍ରତ୍ୟୁଷା ନନ୍ଦଙ୍କ ସ୍ୱାମୀ ତୃପ୍ତିରଞ୍ଜନ ରାଉଳଙ୍କୁ ଡାକିଥିଲୁ। ସେ ଆଜି ଆସିଥିଲେ। ବିବାହ ବିଚ୍ଛେଦ ହୋଇଛି ବୋଲି ପ୍ରମାଣ ଦେଖାଇଲେ ବୋଲି ଶ୍ରୀ ପରିଡ଼ା କହିଛନ୍ତି।

Advertisment
BjD Jagatsinghpur Bijay Shankar Das Somalika Dash