Advertisment

ଓଡ଼ିଆ ଖାଦ୍ୟ ଖାଇବେ ପ୍ରବାସୀ ଭାରତୀୟ: ପ୍ରଭାତୀ ପରିଡ଼ା

ସମ୍ମିଳନୀ ସମୟରେ ଭୁବନେଶ୍ୱରରେ ପଥ ଉତ୍ସବ ଚାଲିବ। ପୁରୀରେ ସିବିଚ୍ ଫେଷ୍ଟିଭାଲ ବି ଚାଲିବ। ରାଜ୍ୟର କଳା ସଂସ୍କୃତି ସମେତ ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ପ୍ରଦର୍ଶିତ କରାଯିବ।

Pravasi Bharatiya Divasa

Pravasi Bharatiya Divasa

Advertisment

ଭୁବନେଶ୍ୱର ଜନତା ମୈଦାନରେ ଅନୁଷ୍ଠିତ ହେବ ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ। ଆସନ୍ତା ୮ରୁ ୧୦ ଯାଏ ଏହି ସମ୍ମିଳନୀ ଚାଲିବ।ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ପର୍ଯ୍ୟଟନ ବିଭାଗ ବି ଏଥିଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ। ରାଜ୍ୟ ସରକାରଙ୍କ ସବୁ ବିଭାଗ ସହଯୋଗରେ ଚାଲିଛି ପ୍ରସ୍ତୁତି। ଏ ନେଇ ଉପମୁଖ୍ୟମନ୍ତ୍ରୀ ତଥା ପର୍ୟ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।

Advertisment

ସମ୍ମିଳନୀ ସମୟରେ ଭୁବନେଶ୍ୱରରେ ପଥ ଉତ୍ସବ ଚାଲିବ। ପୁରୀରେ ସିବିଚ୍ ଫେଷ୍ଟିଭାଲ ଚାଲିବ। ରାଜ୍ୟର କଳା ସଂସ୍କୃତି ସମେତ ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ପ୍ରଦର୍ଶିତ କରାଯିବ। ବୁଦ୍ଧିଷ୍ଟ କରିଡ଼ର ହେଉ ବା ସ୍ପିରିଚୁଆଲ ଟୁରିଜିମ୍ ସବୁ କିଛି ବ୍ୟବସ୍ଥା ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରବାସୀ ଭାରତୀୟଙ୍କୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଇ ଦେଖାଯିବ। ଏଥିପାଇଁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ କହି ପାରୁଥିବା ଗାଇଡ୍‌ ରହିବେ। ଯେଉଁ ହୋଟେଲରେ ପ୍ରବାସୀ ଭାରତୀୟ ରହିବେ, ସେସବୁ ହୋଟେଲର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ସେଠାରୁ ବିଭିନ୍ନ ସ୍ଥାନକୁ କିଭଳି ଡବଲ ଡେକର ଗାଡ଼ିରେ ବୁଲିପାରିବେ ଅତିଥି, ତାହା ମଧ୍ୟ ସୁନିଶ୍ଚିତ କରାଯାଇଛି।

Advertisment

ଅଢ଼େଇ ହଜାର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବା ପାଇଁ ପଞ୍ଜିକରଣ କରି ସାରିଛନ୍ତି। ଆଉ କିଛି ପ୍ରବାସୀ ଭାରତୀୟ ଓଡ଼ିଆ ଲୋକଙ୍କ ଘରେ ହୋମ ଷ୍ଟେ' ରେ ରହିବେ। ଓଡ଼ିଆ ଘରର ଖାଦ୍ୟ ଖାଇବେ। ଓଡ଼ିଶାର ଖାଦ୍ୟ ପ୍ରଣାଳୀ, ଓଡ଼ିଶାର ଆତିଥେୟତା ବିଶ୍ୱ ଦରବାରରେ ଦେଖାଇବାର ଆମ ପାଇଁ ବଡ଼ ସୁଯୋଗ ଆସିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। 

Odisha Pravasi Bharatiya Divas Pravati Parida
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe