Advertisment

ବିବାହ ବିଚ୍ଛେଦ ରୋକିବାକୁ ଖୋଲିବ ପ୍ରାକ୍ ବିବାହ ପରାମର୍ଶ କେନ୍ଦ୍ର, ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗ୍ରାମସଭା

ବର୍ତ୍ତମାନ ପରିସ୍ଥିତିରେ ସମାଜରେ ଅଧିକ ମାତ୍ରାରେ ହେଉଥିବା ବିବାହ ବିଚ୍ଛେଦକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରାକ୍ ବିବାହ ପରାମର୍ଶ କେନ୍ଦ୍ର ଖୋଲାଯିବ । ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏନେଇ ସହମତି ପ୍ରଦାନ କରିଛନ୍ତି ।

CM

CM

Advertisment

ରାଜ୍ୟରେ ବଢ଼ୁଥିବା ବିବାହ ବିଚ୍ଛେଦ ମାମଲାକୁ ହ୍ରାସ ପାଇଁ ପ୍ରାକ୍ ବିବାହ ପରାମର୍ଶ କେନ୍ଦ୍ର ଖୋଲିବ । ଏହା ବିବାହ ପୂର୍ବରୁ ଯୁବକଯୁବତୀଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ଓ ପରାମର୍ଶ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ଆସନ୍ତା ମାର୍ଚ୍ଚ ୮ ଆନ୍ତର୍ଜାତିକ ମହିଳା ଦିବସରେ ଓଡ଼ିଶା ସମେତ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ଏଭଳି ପରାମର୍ଶ କେନ୍ଦ୍ର ଖୋଲାଯିବାର ଯୋଜନା ରହିଛି । ଏହାସହିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗ୍ରାମସଭାର ଆୟୋଜନ ମଧ୍ୟ କରାଯିବ ।

Advertisment

ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ଓଡ଼ିଶା ଗସ୍ତରେ ଆସି ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତବେଳେ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ସମାଜରେ ଅଧିକ ମାତ୍ରାରେ ହେଉଥିବା ବିବାହ ବିଚ୍ଛେଦକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରାକ୍ ବିବାହ ପରାମର୍ଶ କେନ୍ଦ୍ର ଖୋଲାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏନେଇ ସହମତି ପ୍ରଦାନ କରିଛନ୍ତି । ପରାମର୍ଶ କେନ୍ଦ୍ର ମାଧ୍ୟମରେ ବିବାହ ପୂର୍ବରୁ ସାଂସାରିକ ଜୀବନ ସମ୍ବନ୍ଧରେ ଉପଯୁକ୍ତ ପରାମର୍ଶ ମିଳିଲେ ବିବାହ ବିଚ୍ଛେଦ ହାର ନିଶ୍ଚୟ କମିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିବା ସହ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏହାସହିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗ୍ରାମସଭା, ବାଲ୍ୟ ବିବାହ ଓ ମହିଳା ହିଂସାକୁ ରୋକିବା, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ସୁଭଦ୍ରା ଯୋଜନାକୁ ନେଇ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ଖୁସି ବ୍ୟକ୍ତ କରିଥିଲେ ।

ସେହିପରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର କହିଛନ୍ତି ଯେ, ଓଡ଼ିଶାରେ ପ୍ରିମାରିଟାଲ ମେଂଟାଲ ହେଲଥ ଆଣ୍ଡ କାଉନସେଲିଂ ସେଂଟର ଖୋଲିବ । ଭାରତରେ ଯୌଥ ପରିବାର ପଦ୍ଧତି ଥିଲା । ଏବେ କିନ୍ତୁ ଏହା ହ୍ରାସ ପାଇବାରେ ଲାଗିଛି । ପରିବାରର ଝଗଡ଼ା ସିଧା ପୁଲିସ, କମିଶନ ଓ କୋର୍ଟକୁ ଯାଉଛି । ଯେଉଁଥିପାଇଁ ବିଭିନ୍ନ ସଂସ୍ଥା ଉପରେ ଚାପ ବଢ଼ିଛି । ଏହା ମଧ୍ୟ ଚିନ୍ତାର ବିଷୟ । ପିଲାଙ୍କ ବିବାହ ପରେ ସେମାନଙ୍କ ଜୀବନରେ କ’ଣ ପରିବର୍ତ୍ତନ ହେବ ତାହା ଉପରେ ଘରେ କି ପରିବାରରେ ଚର୍ଚ୍ଚା ହେଉନି । ଯାହାକି ହେବା ଦରକାର । ସେଥିପାଇଁ ପ୍ରାକ୍ ବିବାହ କାଉନସେଲିଂ ସେଂଟର ଖୋଲାଯିବା ଗୁରୁତ୍ୱପୂର୍ଣ୍ଣ । ମାର୍ଚ୍ଚ ୮ ମହିଳା ଦିବସରେ ଦେଶର ବିଭିନ୍ନ ସ୍ଥାନରେ ଏଭଳି ସେଂଟର ଆରମ୍ଭ ହେବ । ପୁଣେରେ ଏନେଇ ଜାତୀୟସ୍ତରୀୟ ଆଲୋଚନା ହୋଇଛି । ସରକାର, ଏନଜିଓ, ସିଏସଆର ଦେଉଥିବା କମ୍ପାନୀ, କଲେଜ, କର୍ପୋରେଟ କ୍ଷେତ୍ରକୁ ବି ଏଭଳି ସେଂଟର ଖୋଲିବାକୁ ଅନୁରୋଧ କରାଯିବ । ପରିବାର ବ୍ୟବସ୍ଥାକୁ ସୁରକ୍ଷିତ ରଖିବାରେ ଏହା ଭଲ କାର୍ଯ୍ୟ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏବେ ଦେଶ ଓ ରାଜ୍ୟରେ ଛାଡ଼ପତ୍ର ସଂଖ୍ୟା ବଢ଼ୁଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି । ଏହି ସଂଖ୍ୟା ହ୍ରାସ ପାଇଁ ପ୍ରାକ୍ ବିବାହ କାଉନସେଲିଂ କେନ୍ଦ୍ର ଖୋଲିବା ସହ ଗ୍ରାମାଂଚଳରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗ୍ରାମସଭା କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ମାର୍ଚ୍ଚ ୮ରୁ ସମଗ୍ର ଦେଶରେ ଏଭଳି ସ୍ୱତନ୍ତ୍ର ଗ୍ରାମସଭା ଆରମ୍ଭ ହେବ ବୋଲି ମହିଳା କମିଶନ ଅଧ୍ୟକ୍ଷା ସୂଚନା ଦେଇଛନ୍ତି ।

Advertisment
Cmo Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe