Advertisment

ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହା ହେଲେ ଗର୍ଭବତୀ

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଅନେକ ଅଞ୍ଚଳ ଏବେବି ଅପହଞ୍ଚ ହୋଇ ରହିଛି। ରାସ୍ତା ନଥିବାରୁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Cot

Cot

Advertisment

ଗାଁକୁ ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ। ତେଣୁ ଜଣେ ଗର୍ଭବତୀଙ୍କୁ ଖଟରେ ବୋହି ନେଇ ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଲେ ପରିବାର ଓ ଗାଁ ଲୋକେ। ସେଠାରୁ ତାଙ୍କୁ ନିଆଯାଇଥିଲା ଡାକ୍ତରଖାନା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ର ତାଳପଦା ପଞ୍ଚାୟତର ଗୁରୁମ ଗାଁରେ।

Advertisment

ଏହି ଗାଁର ଧୁବେଇ ମୁଣ୍ଡାଙ୍କ ପତ୍ନୀ ମାନି ମୁଣ୍ଡାଙ୍କ ଗର୍ଭଯନ୍ତ୍ରଣା ହୋଇଥିଲା। ଏହା ପରେ ପରିବାର ଲୋକେ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରି ନଥିଲା। ଆମ୍ବୁଲାନ୍ସ ତାଳପଦା ହାଇସ୍କୁଲ ପାଖରେ ଅଟକି ଥିଲା। ସେଥିପାଇଁ ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକେ ମାନିଙ୍କୁ ଖଟରେ ବୋହି ଦୁଇଟି ନାଳ ପାର କରାଇ ପ୍ରାୟ ଏକ କିଲୋମିଟର ଦୂରରେ ଅଟକିଥିବା ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ। ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାନି ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନ ପ୍ରସବ କରିଥିବା ବେଳେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଅନେକ ଅଞ୍ଚଳ ଏବେବି ଅପହଞ୍ଚ ହୋଇ ରହିଛି। ରାସ୍ତା ନଥିବାରୁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Advertisment
Pregnancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe