Advertisment

ଗାଁକୁ ନାହିଁ ରାସ୍ତା; ୨ କିମି ଭାରରେ ବୁହା ହେଲା ଗର୍ଭବତୀ ମହିଳାଙ୍କ ମୃତଦେହ

ଗାଁକୁ ଭଲ ରାସ୍ତା ନଥିବାରୁ ୨ କିମି ଭାରରେ ବୁହା ହେଲା ଗର୍ଭବତୀ ମହିଳାଙ୍କ ମୃତଦେହ।

author-image
Debadatta Aryashrestha
Pregnant woman dead body carried for 2km

Pregnant woman dead body carried for 2km

ଗାଁକୁ ଭଲ ରାସ୍ତା ନଥିବାରୁ ୨ କିମି ଭାରରେ ବୁହା ହେଲା ଗର୍ଭବତୀ ମହିଳାଙ୍କ ମୃତଦେହ। ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡମ୍ବଗୁଡା ପଂଚାୟତର ନିର୍ଲଡ୍ଡିକିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ।

Advertisment

ମିଳିଥିବା ସୂଚନା ଅନୁସାରେ ଏହି ଗାଁର ବଳରାମ ମଲ୍ଲିକଙ୍କ ପତ୍ନୀ ମମତା ମଲ୍ଲିକ ୬ ମାସର ଗର୍ଭବତୀ ଥିଲେ। ତାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ମେଡିକାଲ ନେବାକୁ ବାହାରିଥିଲେ। ହେଲେ ରାସ୍ତା ଭଲ ନଥିବାରୁ ବାଧ୍ୟ ହୋଇ ମମତାଙ୍କୁ ଭାରରେ ବୋହି ନେଇ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ବିଳମ୍ବରେ ମେଡିକାଲରେ ପହଞ୍ଚିବାରୁ ମମତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଥିଲା। ଯାହାପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର MKCG ମେଡିକାଲ ସ୍ଥାନାନ୍ତର କରିଥିଲେ। ହେଲେ ବ୍ରହ୍ମପୁର ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହାପରେ ମୃତଦେହ ଘରକୁ ଆଣବା ପାଇଁ ଏକ ଗାଡ଼ି ଭଡ଼ା କରିଥିଲେ ପରିବାର ଲୋକେ। ଖରାପ ରାସ୍ତା ଯୋଗୁଁ ଗାଡ଼ି ଅଧାବାଟରେ ଅଟକିଯାଇଥିଲା। ଆର୍.ଡି ମୁଖ୍ୟ ରାସ୍ତାଠାରୁ ପ୍ରାୟ ୨ କିମି ଗ୍ରାମବାସୀ ଭାର କରି ଗର୍ଭବତୀ ମହିଳାଙ୍କ ମୃତଦେହକୁ ଗାଁକୁ ନେଇଥିଲେ। ରାସ୍ତା ପାଇଁ ଗ୍ରାମବାସୀ ପୂର୍ବରୁ ବହୁବାର ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ଆଜି ଯାଏଁ ରାସ୍ତାର ଅବସ୍ଥା ସୁଧୁରିପାରିନଥିବା ଅଭିଯୋଗ ହୋଇଛି।

Advertisment
Carried Pregnant Woman Pregnant Woman Death Road Problem