Advertisment

ଆମ୍ୱୁଲାନ୍ସରେ ଶିଶୁ କନ୍ୟା ଜନ୍ମ ଦେଲେ ଗୀତା

ଅଧ ବାଟରେ ଆମ୍ୱୁଲାନ୍ସ ଅଟକିବା ଖବର ଶୁଣି ସୁଜିତ ଓ ତାଙ୍କ ପରିବାର ଲୋକଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ତେଣୁ ସେମାନେ ଖଟିଆରେ ଗୀତାଙ୍କୁ ବସାଇ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ।

Ambulance

Ambulance

Advertisment

ଗାଁକୁ ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ୱୁଲାନ୍ସ। ତେଣୁ ଖଟିଆ ବୋହି ଆଣି ମେଡ଼ିକାଲ୍‌ ନେଉଥିବା ବେଳେ ରାସ୍ତାରେ ଆମ୍ୱୁଲାନ୍ସରେ ପ୍ରସବ କଲେ ମହିଳା। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅଞ୍ଚଳରେ।

Advertisment

କିସିଣ୍ଡା ପଞ୍ଚାୟତ କାଙ୍କଦର ଗାଁ ଲଣ୍ଡାକୋଟ ସାହି ସୁଜିତ ଲମଗାଙ୍କ ପତ୍ନୀ ଗୀତା ଗର୍ଭବତୀ ଥିଲେ। ଆଜି ଭୋର ପ୍ରାୟ ୫ଟା ବେଳେ ସେ ଗର୍ଭ ଯନ୍ତ୍ରଣା ପାଇଥିଲେ। ତେଣୁ ତାଙ୍କୁ ମେଡ଼ିକାଲ୍‌ ନେବା ପାଇଁ ସୁଜିତ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଫୋନ୍‌ କଲ ପାଇବା ପରେ ଆମ୍ୱୁଲାନ୍ସ ଆସିଥିଲା। ହେଲେ ଗାଁକୁ ଯାଇପାରିଲା ନାହିଁ। ଲଣ୍ଡାକୋଟ ସାହିଠାରୁ ଦୁଇ କିମି ଦୂରରେ ଆମ୍ୱୁଲାନ୍ସ ଅଟକି ରହିଥିଲା। ଭଲ ରାସ୍ତା ନଥିବାରୁ ଅଧ ବାଟରେ ଆମ୍ୱୁଲାନ୍ସ ଅଟକି ଥିଲା।

ଅଧ ବାଟରେ ଆମ୍ୱୁଲାନ୍ସ ଅଟକିବା ଖବର ଶୁଣି ସୁଜିତ ଓ ତାଙ୍କ ପରିବାର ଲୋକଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ତେଣୁ ସେମାନେ ଖଟିଆରେ ଗୀତାଙ୍କୁ ବସାଇ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ଏଥିରେ ଆମ୍ୱୁଲାନ୍ସ କର୍ମଚାରୀମାନେ ମଧ୍ୟ ସହାୟତା କରିଥିଲେ। ତା’ପରେ ତାଙ୍କୁ ସେଠାରୁ ନାକଟିଦେଉଳ ଡାକ୍ତରଖାନାକୁ ନେଉଥିଲେ। ହେଲେ ଅଧା ବାଟରେ ଚଳନ୍ତା ଆମ୍ବୁଲାନ୍ସ ଭିତରେ ଶିଶୁକନ୍ୟା ଜନ୍ମ ଦେଇଥିଲେ ଗୀତା। ଉଭୟ ମାଆ ଓ ନବଜାତ ଶିଶୁ ସୁସ୍ଥ ଅଛନ୍ତି। ସେମାନଙ୍କୁ ନାକଟିଦେଉଳ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ରିପୋର୍ଟ- ରେଢାଖୋଲରୁ ରମାକାନ୍ତ ମହାନନ୍ଦ

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe