Advertisment

ଗାଁକୁ ରାସ୍ତା ନାହିଁ, ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଗର୍ଭବତୀଙ୍କ ଜୀବନ

ଗର୍ଭ ଯନ୍ତ୍ରଣା ଅନୁଭବ କରୁଥିଲେ ହେଁ ତାଙ୍କୁ ଠିକଣା ସମୟରେ ହସ୍ପିଟାଲ ନିଆ ଯାଇ ପାରି ନଥିଲା। ଶେଷରେ ଅଧା ରାସ୍ତାରେ ସେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।

Odisha

Odisha

Advertisment

ବିପର୍ଯ୍ୟସ୍ତ ରାସ୍ତାର ସାଂଘାତିକ ପରିଣାମ ସାମ୍ନାକୁ ଆସିଛି। ଗାଁକୁ ଭଲ ରାସ୍ତା ନଥିବାରୁ ଯନ୍ତ୍ରଣାରେ ଛଟପଟ ହୋଇ ଚାଲି ଯାଇଛି ଜଣେ ଗର୍ଭବତୀଙ୍କ ଜୀବନ। ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣା ଅନୁଭବ କରୁଥିଲେ ହେଁ ତାଙ୍କୁ ଠିକଣା ସମୟରେ ହସ୍ପିଟାଲ ନିଆ ଯାଇ ପାରି ନଥିଲା। ଶେଷରେ ଅଧା ରାସ୍ତାରେ ସେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।

Advertisment

ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଗୁଗୁରମାହା ପଞ୍ଚାୟତର ମ୍ଲାଉଗୁଡ଼ା ଗାଁରେ ଦେଖିବାକୁ ମିଳିଛି। ଗର୍ଭ ଯନ୍ତ୍ରଣା ସହି ନ ପାରି ପ୍ରାଣ ହରାଇଥିବା ମହିଳା ଜଣଙ୍କ ହେଉଛନ୍ତି କାନ୍ତି ମାଇ ସୁକାମାଝୀ। ସେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେବାକୁ ନିଷ୍ପତ୍ତି ନେଇଥିଲେ।

ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରି ନଥିଲା। ଶେଷରେ ପରିବାର ଲୋକ ସୁକାମାଝୀଙ୍କୁ ଦୀର୍ଘ ୫ କିଲୋମିଟର ରାସ୍ତା ଖଟିଆରେ ବୋହି ନିକଟସ୍ଥ ଯୁଡ଼ାବାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ସେଠାରେ ଆବଶ୍ୟକ ଚିକିତ୍ସା ନଥିବାରୁ ଡାକ୍ତର ତାଙ୍କୁ ଆମ୍ବୁଲାନ୍ସ ଯୋଗେ କୋଟଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ।

Advertisment

ସେଠାରେ ମଧ୍ୟ ତାଙ୍କ ଅବସ୍ଥାରେ କୌଣସି ପ୍ରକାରର ସୁଧାର ଆସି ନଥିଲା। ସମୟ ବିତିବା ସହ ସୁକାମାଝୀଙ୍କ ଅବସ୍ଥା ମଧ୍ୟ ବିଗିଡ଼ିବାରେ ଲାଗିଥିଲା। ତେଣୁ କୋଟଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯିବାକୁ କହିଥିଲେ। ପରିବାର ଲୋକ ଆମ୍ବୁଲାନ୍ସରେ ସୁକାମାଝୀଙ୍କୁ ସେଠାକୁ ନେଉଥିବା ବେଳେ ତୁମୁଡ଼ିବନ୍ଧ ଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏ ନେଇ କୋଟଗଡ଼ ଥାନାରେ ଗୋଟିଏ ମାମଲା ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଏହି ଘଟଣାକୁ ନେଇ କୋଟଗଡ଼ ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଜିରିମୀୟ ସୁନା ମାଝୀ ଉଦବେଗ ପ୍ରକାଶ କରିବା ସହ ଅବହେଳା କରିଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Kandhamal Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe