Anjali Behera
ଏସସିବି ନେଉଥିବା ବେଳେ ରାସ୍ତାରେ ଗର୍ଭବତିଙ୍କ ମୃତ୍ୟୁ। ଏପରି ହୃଦୟ ବିଦାରକ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ। ମୃତକ ହେଉଛନ୍ତି ଅଞ୍ଜଳି ବେହେରା (୩୦)।
କମଳାଡ଼ିହ ତୋଟା ସାହିର ଚୈତନ୍ୟ ବେହେରାଙ୍କ ସ୍ତ୍ରୀ ଅଞ୍ଜଳୀ ଗର୍ଭ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ନରସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ମେଡିକାଲରେ ପ୍ରସୂତି ବିଭାଗ ଡାକ୍ତର ନଥିଲେ। ତେଣୁ ମେଡିସିନ ବିଭାଗର ଡାକ୍ତର ତାଙ୍କର ସ୍ବାସ୍ଥ ଯାଞ୍ଚ କରି କଟକ ବଡ଼ମେଡ଼ିକାଲକୁ ରେଫର କରିଥିଲେ। ତେଣୁ ପରିବାର ଲୋକେ ଅଞ୍ଜଳିଙ୍କୁ କଟକ ନେଉଥିବା ବେଳେ ରାସ୍ତାରେ ଅସହ୍ୟ ଯନ୍ତ୍ରଣା ପାଇଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମାଆ ଓ ଗର୍ଭସ୍ଥ ଶିଶୁଙ୍କର ମୃତ୍ୟୁ ଘଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1722868455.jpeg)