Advertisment

ଘରେ ଶୋଇଥିଲେ ଗର୍ଭବତୀ, ରାତିରେ କାମୁଡ଼ି ଦେଲା ସାପ

ଆଜି ଭୋର ପ୍ରାୟ ୫ଟା ବେଳେ ତାଙ୍କ ହାତ କହୁଣୀକୁ ସର୍ପ ଦଂଶନ କରିଥିଲା। ଚିତ୍କାର ଶୁଣି ପରିବାର ଲୋକେ ଧନମତୀ ଓ କାମୁଡ଼ିଥିବା ସାପକୁ ଧରି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ଧନମତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Dhanupali

Dhanupali

Advertisment

ରାତିରେ ଖାଇପିଇ ଶୋଇଥିଲେ ୭ ମାସର ଗର୍ଭବତୀ ମହିଳା। ଆଜି ଭୋରୁ ଭୋରୁ ତାଙ୍କୁ ଦଂଶନ କଲା ବିଷାକ୍ତ ସାପ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏପରି ହୃଦୟବିଦାରକ ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି।

Advertisment

ଉମରକୋଟ ବ୍ଲକ୍ କୁସି ପଞ୍ଚାୟତ ମାଲପାରା ଗାଁର ରଘୁନାଥ ଭତରାଙ୍କ ସ୍ତ୍ରୀ ଧନମତୀ ୭ ମାସର ଗର୍ଭବତୀ ଥିଲେ। ସବୁଦିନ ପରି ଖାଇପିଇ ଗୁରୁବାର ରାତିରେ ଘରେ ଶୋଇଥିଲେ। ଆଜି ଭୋର ପ୍ରାୟ ୫ଟା ବେଳେ ତାଙ୍କ ହାତ କହୁଣୀକୁ ସର୍ପ ଦଂଶନ କରିଥିଲା। ଚିତ୍କାର ଶୁଣି ପରିବାର ଲୋକେ ଧନମତୀ ଓ କାମୁଡ଼ିଥିବା ସାପକୁ ଧରି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ଧନମତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଧନମତୀଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଥିବାର ସୂଚନା ମିଳିଛି।

ରିପୋର୍ଟ- ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe