Advertisment

ହୋଲିରେ ଅଘଟଣ ରୋକିବାକୁ ଅଗ୍ନିଶମ ବାହନୀର ପ୍ରସ୍ତୁତି

ପାଞ୍ଚଟି ବିପଦପୂର୍ଣ୍ଣ ତୁଠକୁ ଚିହ୍ନଟ କରିଛି ଅଗ୍ନିଶମ ବାହିନୀ।

author-image
Biswajit Samal
OFDRA

OFDRA

ଓଡ଼ିଶା ଅଗ୍ନିଶମ ବାହନୀ ତରଫରୁ ହୋଲିରେ ଅଘଟଣ ରୋକିବାକୁ ପ୍ରସ୍ତୁତ। ଭୁବନେଶ୍ୱର ଉପକଣ୍ଠ ନଦୀ, କେନାଲ ଗୁଡିକରେ ମୁତୟନ ହେବ ଅଗ୍ନିଶମ କର୍ମଚାରୀ। ପାଞ୍ଚଟି ସ୍ଥାନରେ ଥିବା ଗାଧୁଆ ତୁଠରେ ମୁତୟନ ହେବେ ଲାଇଫ ବୟ। ତାଙ୍କ ପାଖରେ ଲାଇଫ ଜ୍ୟାକେଟ ରହିବ। ମେସିନ ରବର୍ ବୋଟ, ଅଣ୍ଡର ୱାଟର କର୍ମଚାରି ଓ ଆମ୍ବୁଲାନ୍ସ ମଧ୍ୟ ରହିବ।

Advertisment

କୁଆଖାଇ, ଦୟା, ଧଉଳି ପୁରୀ କେନାଲ, ବାଲିପାଟଣା, ବାଲିଅନ୍ତା, ବଙ୍କୁଆଲ ନଦୀ ଗୁଡ଼ିକ ତୁଠରେ ମୁତୟନ ରହିବେ ରେସ୍କ୍ୟୁ ଟିମ୍। ପ୍ରତି ତୁଠରେ ୬ ଜଣ ରେସ୍କ୍ୟୁ ଟିମ୍ ରହିବେ। ପାଞ୍ଚଟି ବିପଦପୂର୍ଣ୍ଣ ତୁଠକୁ ଚିହ୍ନଟ କରିଛି ଅଗ୍ନିଶମ ବାହିନୀ। ନଦୀ, ପୋଖରୀ ଭିତରକୁ ଯିବ ପାଇଁ ବାରଣ କରିବା ସହ ନିଶାସକ୍ତ ଅବସ୍ଥାରେ ପାଣିକୁ ନଯିବାକୁ କୁହାଯାଇଛି।

ଡେପୁଟି ଫାୟାର ଅଫିସର ଅବନୀ ସ୍ୱାଇଁ କହିଛନ୍ତି ଯେ, ହୋଲି ଖେଳିସାରିବା ପରେ ଅଧିକ ପାଣି ଭିତରକୁ ଜାଆନ୍ତୁ ନାହିଁ। ଜଦି ଯାଉଛନ୍ତି ଏକା ନଦୀକୁ ଯାଆନ୍ତୁ ନାହିଁ। ମିସିକି ଦୁଇ ଚାରି ଜଣ ଯାଆନ୍ତୁ। ଗାଧୋଇବା ସମୟରେ ମସ୍ତି କରନ୍ତୁ ନାହିଁ। ଛୋଟ ଛୁଆ ମାନଙ୍କୁ ନଦୀକୁ ପଠାନ୍ତୁନାହିଁ। ଏପରି କରିଲେ ଆମେ ସମସ୍ତେ ହାପି ହୋଲି ପାଳନ କରିପାରିବା।

Advertisment
Holi Fire Station