Advertisment

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ୨୦ ତାରିଖରୁ ଟ୍ରାଏଲ୍ ରନ୍

ମହିଳା ଓ ପୁରୁଷ ଦର୍ଶନାର୍ଥୀଙ୍କ ପାଇଁ ଅଲଗା ଅଲଗା ଧାଡ଼ିରେ ଦର୍ଶନ ବ୍ୟବସ୍ଥା ହେବ। ଭକ୍ତଙ୍କୁ ଶହେ ଟଙ୍କାରେ ମହାପ୍ରସାଦ ଯୋଗାଇ ଦେବାକୁ ଅନ୍ନ ଯଜ୍ଞର ବ୍ୟବସ୍ଥା କରାଯାଉଛି କହିଲେ ଆଇନ ମନ୍ତ୍ରୀ।

Puri Jagannath Temple

Puri Jagannath Temple

Advertisment

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ ପାଇଁ ଆସନ୍ତା ୨୦ ତାରିଖରୁ ଟ୍ରାଏଲ୍ ରନ୍ ହେବ। ମହିଳା ଓ ପୁରୁଷ ଦର୍ଶନାର୍ଥୀଙ୍କ ପାଇଁ ଅଲଗା ଅଲଗା ଧାଡ଼ିରେ ଦର୍ଶନ ବ୍ୟବସ୍ଥା ହେବ। ଯେଉଁମାନେ ପରିବାର ସହ ଯାଇ ଦର୍ଶନ କରିବାକୁ ଚାହିଁବେ, ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Advertisment

ମନ୍ତ୍ରୀ କହିଛନ୍ତି ଯେ ଏହି ଧାଡ଼ି ଦର୍ଶନର ଉଦ୍ଦେଶ୍ୟ ହେଉଛି ଯେମିତି କେହି ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ନହୁଅନ୍ତି। ଠିକ୍ ସେହିପରି ଅନ୍ନ ଯଜ୍ଞର ବ୍ୟବସ୍ଥା ମଧ୍ୟ କରାଯାଉଛି। ଯେଉଁମାନେ ଶ୍ରୀମନ୍ଦିରକୁ ଆସିବେ ସେମାନେ କିପରି ମହାପ୍ରଭୁଙ୍କ ମହାପ୍ରସାଦ ଟିକେ ପାଇବେ। ତାହା ପୁଣି ଶହେ ଟଙ୍କାରେ। ସେଦିଗରେ ବି ବିଚାରବିମର୍ଶ ଚାଲିଛି।

ସେହିପରି ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ ୩ ମାସ ଭିତରେ ରତ୍ନ ଭଣ୍ଡାର ମରାମତି କାମ ସାରିବାକୁ ASI ସମୟ ନେଇଥିଲେ। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସାରିବାକୁ କୁହାଯାଇଛି। ଏହି କାମ ସରିବା କ୍ଷଣି ମହାପ୍ରଭୁଙ୍କ ଅଳଙ୍କାରର ଗଣତି ମଣତି କରାଯିବ ଓ ରଖାଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ।

Advertisment
Puri Jagannath Temple Dhadi Darshan In Puri Prithviraj Harichandan Puri Law Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe