Advertisment

ପିପିଏଲ ଓଡ଼ିଆ ପକ୍ଷରୁ ‘ପ୍ରେରଣା-୨୦୨୪’: ୨୪ ନାରୀ ଶକ୍ତି ସମ୍ବର୍ଦ୍ଧିତ

ପିପିଏଲ୍ ଓଡ଼ିଆ ନାରୀଶକ୍ତିଙ୍କ ପାଇଁ ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

Award

Award

Advertisment

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ଅଗ୍ରଣୀ ଡିଜିଟାଲ୍ ମିଡ଼ିଆ ନେଟୱାର୍କ ପିପିଏଲ୍ ଓଡ଼ିଆ ତରଫରୁ ‘ପ୍ରେରଣା ୨୦୨୪’ ଅୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୪ଜଣ ନାରୀ ଶକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକତା କ୍ଷେତ୍ର ପାଇଁ ସ୍ୱାତୀ ଜେନା, ମୌସୁମି ମହାନ୍ତି, ନିଳିମା ପ୍ରିୟଦର୍ଶିନୀ, ସୁଶ୍ରୀ ସୁଲୋଚନା ନାୟକ, ସ୍ମରଣିକା ସାହୁ ଓ ଆର. ଜେ ସ୍ମିତାଙ୍କୁ ସମ୍ମାନିତ କରାଯାଇଥିଲା।

Advertisment

ସେହିପରି ଓଲିଉଡ୍ ଅଭିନେତ୍ରୀ ଲିପ୍ସା ମିଶ୍ର, କଣ୍ଠଶିଳ୍ପୀ ମୋନାଲି ମଧୁସ୍ମିତା, ପ୍ରସିଦ୍ଧ ଅଭିନେତ୍ରୀ ଇଶା ବେବର୍ତ୍ତା, ଅଲମ୍ପିଆନ୍ ଅନୁରାଧା ବିଶ୍ଵାଳ, ସମାଜସେବୀ ପ୍ରମୋଦିନୀ ରାଉଳ, ବନ୍ଦନା ହରିଚନ୍ଦନ, ସୁଲେଖିକା ଶ୍ରୁତକୀର୍ତ୍ତି ତ୍ରିପାଠୀ, ମହିଳା ଉଦ୍ୟୋଗୀ ଅନୁରାଧା ମହାନ୍ତି, ବିଜୟଲକ୍ଷ୍ମୀ ରାଉତ ଓ ଦେବସ୍ମିତା ଗିରିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜନୀତି କ୍ଷେତ୍ରରେ ଡାଃ ଲିପିକା ମାଝୀ ଓ ସଂଘମିତ୍ରା ଜେନାଙ୍କୁ ‘ପ୍ରେରଣା ସମ୍ମାନ’ ୨୦୨୪ ରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ଶିକ୍ଷାବିତ୍ ଅନସୂୟା ନାଥ, ସମାଜସେବୀ ଶୁଭଶ୍ରୀ ମିଶ୍ର, ଏମ୍ପାୟାର୍ସ ହୋଟେଲର ଉପ ସଭାପତି ସଞ୍ଜୟ ମିଶ୍ର, ସହିଦନଗର୍ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଅଶୋକ ନାୟକ, ମହିଳା ଉଦ୍ୟୋଗୀ ସସ୍ମିତା ନାୟକ, ଡାଃ ରୋଜାଲିନ ପରିଡ଼ା, ମାମୁନ ଦାଶ ଓ ସମାଜସେବୀ ରାଜେଶ କୁମାର ସାହୁ ଓ ରଞ୍ଜନ ଧର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପିପିଏଲ୍ ଓଡ଼ିଆ ନାରୀଶକ୍ତିଙ୍କ ପାଇଁ ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। 

Advertisment
Bhubaneswar Woman's Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe