ଭୁବନେଶ୍ୱରରେ ରାଷ୍ଟ୍ରପତି, ବାଟରେ ଓହ୍ଲାଇ ଲୋକଙ୍କୁ ଭେଟିଲେ

ଆସିବା ବେଳେ ବାଟରେ ସେ ଗାଡ଼ିରୁ ଓହ୍ଲାଇ ପାରମ୍ପରିକ ନାଚଗୀତ ମାଧ୍ୟମରେ ତାଙ୍କୁ ସ୍ୱାଗତ ଜଣାଉଥିବା ଲୋକଙ୍କୁ ଭେଟିଥିଲେ। ପରେ ରାଜଭବନରେ ପହଞ୍ଚିଥିଲା ରାଷ୍ଟ୍ରପତିଙ୍କ କାରକେଡ୍।

President Daupadi Murmu PhotoOR

ଲୋକଙ୍କୁ ଭେଟୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Niranjan Mishra
  • Published: Tuesday, 25 July 2023
  • Updated: 25 July 2023, 09:43 PM IST

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ସଂଧ୍ୟା ୫ଟା ୫୯ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ବିମାନନ୍ଦରରେ ପୂର୍ବରୁ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ମୁରଲୀଧର, ମୁଖ୍ୟ ଶାସନ ସିଚବ ଏବଂ ପୁଲିସ ଡିଜି ପ୍ରମୁଖ ଉପସ୍ଥିତ ଥିଲେ।

ସେଠାରୁ ରାଷ୍ଟ୍ରପତିଙ୍କ କାରକେଡ୍ ରାଜଭବନ ଅଭିମୁଖେ ଆସିଥିଲା। ତେବେ ଆସିବା ବେଳେ ବାଟରେ ସେ ଗାଡ଼ିରୁ ଓହ୍ଲାଇ ପାରମ୍ପରିକ ନାଚଗୀତ ମାଧ୍ୟମରେ ତାଙ୍କୁ ସ୍ୱାଗତ ଜଣାଉଥିବା ଲୋକଙ୍କୁ ଭେଟିଥିଲେ। ପରେ ରାଜଭବନରେ ପହଞ୍ଚିଥିଲା ରାଷ୍ଟ୍ରପତିଙ୍କ କାରକେଡ୍।

Also Read

ରାଷ୍ଟ୍ରପତି ଆଜି ରାଜଭବନରେ ବିଶ୍ରାମ କରିବା ସହ ରାତ୍ରୀଯାପନ କରିବେ। ଏହି ସମୟରେ ସେ ରାଜଭନରେ ଅତୁଟ ବନ୍ଧନ ପରିବାର ସହ ଭାବ ବିନିମୟ କରିବେ।

ଆସନ୍ତାକାଲି ସେ କଟକ ଯିବେ। କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏଠାରେ କାଲି ଦିନ ତମାମ ରହିବେ। ଆସନ୍ତାକାଲି ସକାଳ ୮ଟାରେ ରାଷ୍ଟ୍ରପତି ରାଜଭବନରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରୁ କଟକ ନରାଜ ପର୍ଯ୍ୟନ୍ତ ଆକାଶ ପଥରେ ଯିବେ। ସେଠାରୁ ତାଙ୍କ କାରକେଡ୍ ସିଧା ପହଞ୍ଚିବ କଟକ ଚଣ୍ଡୀ ମନ୍ଦିରରେ। ଏଠାରେ ପ୍ରାୟ ୧୫ ମିନିଟ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ରାଷ୍ଟ୍ରପତି ପ୍ରଥମେ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରି ସେଠାରୁ ମଧୁବାବୁଙ୍କ ଘର ପରିଦର୍ଶନରେ ଯିବ। ପରେ ନେତାଜୀଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ବୁଲିବା କାର୍ଯ୍ୟକ୍ରମ ରହିଛି।

୧୦ଟା ୪୫ରେ କଟକ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିବେ ରାଷ୍ଟ୍ରପତି। ଏଠାରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହେବେ। ପରେ ଜଷ୍ଟିସ ସଂଗ୍ରହାଳୟ ବୁଲି ଓଡ଼ିଶା ହାଇକୋର୍ଟ ଜଜ୍ ଲାଉଞ୍ଜରେ ମଧ୍ୟାହ୍ନ ଭୋଜନ କରିବେ। ପରେ ୨ଟା ୫୦ରେ ଏସସିବି ମେଡିକାଲ କଲେଜ୍ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି।

ସେହିଭଳି ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ୧୦ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସେ ଯୋଗଦେବେ। ସେଠାରୁ ସଂଧ୍ୟା ୬ଟା ୩୦ରେ କାର୍ଯ୍ୟକ୍ରମ ସାରି ପୁଣି ରାଜଭବନ ଅଭିମୁଖେ ଫେରିବେ।

ମହାମହିଙ୍କ ରାଷ୍ଟ୍ରପତିଙ୍କ ଏହି ଗ୍ରସ୍ତକୁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବ୍ଲୁ ବୁକ୍ ଗାଇଡଲାଇନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ଆଜି ଜଵାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆଜି ପୁଲିସ ସମୀକ୍ଷା କରାଯାଇଛି। କଟକରେ ସୁରକ୍ଷାକୁ ଦୃଷ୍ଟିରେ ରଖି ୫୫ ପ୍ଲାଟୁନ୍ ପୁଲିସ ଫୋର୍ସରୁ ଅଧିକ ମୁତୟନ କରାଯିବ। ରାଷ୍ଟ୍ରପତିଙ୍କ କାରକେଡ ଦାୟିତ୍ୱରେ ଖୋଦ ଡିସିପି ରହିବେ। ଏହାସହ ୨୦୦ ଅଫିସରଙ୍କ ସମେତ ପୁଲିସ କମିଶନର, ଅତିରିକ୍ତ କମିଶନର, ଡିସିପି, ଟ୍ରାଫିକ ଏସିପି ପ୍ରମୁଖ ସୁରକ୍ଷା ଯାଞ୍ଚ କରିବେ।

ଗତକାଲି ବଡ଼ ବର୍ଷା ସମ୍ଭାବନା ରହିଥିବାରୁ ସିଏମସି ପାଇଁ ଏକ ବଡ଼ ଚିନ୍ତା ଆସିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକର ତମାମ ସ୍ଥାନ ଆଜି ବୁଲି ସମୀକ୍ଷା କରିଛନ୍ତି ମୟେର ଓ କମିଶନର। ଯେପରି ବଡ଼ ବର୍ଷା ହେଲେ କଟକ ଜଳବନ୍ଦୀ ହେବେନି ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ପରିମଳ, ଆଲୋକି କରଣ ଦିଗ ପ୍ରତି ମଧ୍ୟ ଗୁରତ୍ୱ ଦିଆଯାଇଛି। ତେବେ ସିଏମ୍‌ସି ସମ୍ପୂର୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ମେୟର ଏବଂ କମିଶନର। ଏଥିପାଇଁ ସିଏମ୍‌ସି ପରିସରରେ ଏକ ପ୍ରସ୍ତୁତି ବୈଠକ ଆଜି ହୋଇଯାଇଛି। ଯେଉଁଥିରେ ମେୟର କମିଶନରଙ୍କ ସମେତ କଟକ-ଚୌଦ୍ଵାର ବିଧାୟକ, କର୍ପୋରେଟର, ସିଏମ୍‌ସି ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

ତେଣେ ଏସିସିବି ମେଡିକାଲର ଦୁଇ ଛାତ୍ରଛାତ୍ରୀଙ୍କୁ ଭେଟିବେ ମହାମହିମ ରାଷ୍ଟ୍ରପତି। ଆର୍ଥିକ ଅଭାବ ଅନଟନ ଭିତରେ ଡାକ୍ତରୀ ପାଠ ପଢିବା ପାଇଁ ଅନେକ କଷ୍ଟ ସହିଛନ୍ତି ଦୁଇ ଜଣ। ଉଭୟଙ୍କ ଘରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସ୍ୱେଚ୍ଛାସେବୀ ସଂଗଠନ ଅତୁଟ ବନ୍ଧନ ସହଯୋଗର ହାତ ବଢାଇ ତାଙ୍କୁ ଏସିସିବିରେ ଡାକ୍ତରୀ ପାଠ ପଢେଇଥିଲେ। ଏମବିବିଏସ ଏହି ଦୁଇ ଛାତ୍ରୀ ହେଲେ ଚିଲିକାର ୨ୟ ବର୍ଷ ଡାକ୍ତରୀ ଛାତ୍ରୀ ସାୟୋନି ମିଶ୍ର ଓ ବାଲେଶ୍ୱର ରେମୁଣା ଅଞ୍ଚଳର ୪ର୍ଥ ବର୍ଷର ସମ୍ଵିତ ବାରିକ। ଉଭୟଙ୍କ ବାବଦରେ ରାଷ୍ଟ୍ରପତି ଶୁଣିବା ପରେ ତାଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story