/odisha-reporter/media/post_attachments/uploadimage/library/16_9/16_9_0/IMAGE_1709116075.jpg)
President Murmu
ଜନ୍ମ ମାଟି ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଝାଡଖଣ୍ଡ ରାଞ୍ଚିରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ସେ ସୁକ୍ରୁଲି ପାଣ୍ଡୁରସିଲୀ ଫୁଟବଲ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି। ସେଠାରୁ ସେ ଖିଚିଂ ଯାଇ ମାଆ କୀଚକେଶ୍ୱରୀଙ୍କୁ ଦର୍ଶନ କରିଥିଲେ। ସେଠାରେ ସେ ପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି। ଅତିଥିଙ୍କ ସହ ତଳେ ବସି ରାଷ୍ଟ୍ରପତି ପ୍ରସାଦ ସେବନ କରିବେ। ରାଷ୍ଟ୍ରପତିଙ୍କ ପାଇ ଖେଚେଡ଼ି, ଖିରି, ପାୟସ୍ ଓ ଶାଗ ଭଜା ହୋଇଛି। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଓ ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ପ୍ରସାଦ ସେବନ କରିବେ।
ପ୍ରସାଦ ସେବନ ପରେ ରାଷ୍ଟ୍ରପତି ରାଇରଂଗପୁର ଯାଇ କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ୱରେ ଥିବା ହଲି ଡେ ହୋମ୍ର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେବେ। ତା’ପରେ ରାଷ୍ଟ୍ରପତି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ସେଠାରୁ ସେ ରାଇରଂଗପୁର ମହୁଲଡିହା ସ୍ଥିତ ବାସଭବନକୁ ଯାଇ ନିଜର ସମ୍ପର୍କୀୟମାନଙ୍କୁ ଭେଟିବା ସହ ରାତ୍ରି ଭୋଜନ କରିବେ। ଆସନ୍ତାକାଲି କେନ୍ଦୁଝର ଧରଣୀଧର ବିଶ୍ୱ ବିଦ୍ୟାଳୟର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
