/odisha-reporter/media/post_attachments/uploadimage/library/16_9/16_9_0/IMAGE_1733581201.jpg)
President Droupadi Murmu
ମୟୂରଭଞ୍ଜ ଜିଲ୍ଲାକୁ ରେଳ ପ୍ରକଳ୍ପ ଭେଟି ଦେଲେ ରାଷ୍ଟ୍ରପତି। ଆଜି ଓଡ଼ିଶା ଗସ୍ତର ଶେଷ ଦିନରେ ବାଙ୍ଗିରିପୋଷି ରେଳ ଷ୍ଟେସନରେ ୩ଟି ନୂଆ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାଙ୍ଗରିପୋଷି-ଗୋରୁମହିଷାଣି, ବୁଡାମରା-ନ୍ୟୁ ଜାମଶୋଳା ଓ ବାଦାମପାହାଡ-କେନ୍ଦୁଝରଗଡ଼ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।
ଏହି ରେଳ ଲାଇନ୍ ଆଦିବାସୀ ବହୁଳ ମୟୂରଭଞ୍ଜ ଓ କେନ୍ଦୁଝର ଜିଲାକୁ ସଂଯୋଗ କରିବ। ଯାହା ଖଣିବହୁଳ ଅନୁନ୍ନତ ଅଞ୍ଚଳରେ ଶିଳ୍ପ, ପର୍ଯ୍ୟଟନର ଅଭିବୃଦ୍ଧି ଘଟାଇବ। ଏଥିସହ ଆଭାସି ଜରିଆରେ ରାଇରଙ୍ଗପୁର ସହରରେ ତିନୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି। ଜନଜାତି ଅନୁସନ୍ଧାନ ଓ ବିକାଶ କେନ୍ଦ୍ର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନବନ୍ଦର ଉନ୍ନତୀକରଣ ଏବଂ ଓ ରାଇରଙ୍ଗପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଏକ ନୂତନକୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏସବୁ କାର୍ଯ୍ୟକ୍ରମ ସହ ୫ ଦିନିଆ ଗସ୍ତ ସାରି ଦିଲ୍ଲୀ ଫେରି ଯାଇଛନ୍ତି ରାଷ୍ଟ୍ରପତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
