Advertisment

ଭିଟାମାଟିରେ ପାଦ ଦେଇ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଉପରବେଡ଼ା ଗାଁରେ ପାଦ ଥାପିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମେ ଯାଇଥିଲେ ଉପରବେଡ଼ା ଉଚ୍ଚ ପ୍ରାଥମିକ ସ୍କୁଲ। ପହଞ୍ଚିବା କ୍ଷଣି ମହାମହିମଙ୍କ ଆଖି ସାମ୍ନାରେ ନାଚି ଉଠୁଥିଲା ପିଲାବେଳର ସ୍ମୃତି ସବୁ।

ଅଦ୍ୟତନ ହୋଇଛି
Baripada

Baripada

Advertisment

ଯେଉଁଠି ଦିନେ ଜନ୍ମ ହୋଇଥିଲେ, ସେହି ଭିଟାମାଟିରେ ପାଦଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିନେ ଯେଉଁଠି ଅ, ଆ’ ଶିଖିଥିଲେ ସେଇଠି ପିଲାଙ୍କ ସହ ଭାବବିନିମୟ କଲେ। ନାଚିଲେ, ଭାବବିହ୍ୱଳ ମଧ୍ୟ ହେଲେ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି ତଥା ପୈତୃକ ଗାଁ ଉପରବେଡ଼ା ଯାଇଥିଲେ। ରାଷ୍ଟ୍ରପତି ବନିଥିବା ଗାଁ ଝିଅଙ୍କୁ ପାଖରେ ପାଇ ଉପରବେଡ଼ାବାସୀ ତ କୃତ୍ୟ କୃତ୍ୟ ହେଲେ। ରାଷ୍ଟ୍ରପତିଙ୍କୁ ପ୍ରଥମରୁ ପଞ୍ଚମ ଯାଏଁ ପାଠ ପଢ଼ାଇଥିବା ଗୁରୁ ମଧ୍ୟ ନିଜକୁ ଧନ୍ୟ ମନେକଲେ।

Advertisment

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଉପରବେଡ଼ା ଗାଁରେ ପାଦ ଥାପିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମେ ଯାଇଥିଲେ ଉପରବେଡ଼ା ଉଚ୍ଚ ପ୍ରାଥମିକ ସ୍କୁଲ। ପହଞ୍ଚିବା କ୍ଷଣି ମହାମହିମଙ୍କ ଆଖି ସାମ୍ନାରେ ନାଚି ଉଠୁଥିଲା ପିଲାବେଳର ସ୍ମୃତି ସବୁ। ଅଭିଭାଷଣ ରଖିବା ବେଳେ ନିଜ ବାଲ୍ୟସ୍ମୃତିକୁ ବଖାଣିଥିଲେ। ଝାଟିମାଟି କ୍ଲାସରୁମକୁ ଗୋବର ଦ୍ୱାରା ଲିପାପୋଛା କରିବା, ଝରି କଲମ ଦ୍ୱାରା ପୋଷାକ ଖରାପ ହେବା, ଅଭାବ ଭିତରେ ବି ପାଠ ପଢ଼ିବାର ନିଶା ଏବଂ ଗୁରୁମାନଙ୍କ ଅବଦାନକୁ ମନେ ପକାଇ ବେଶ୍‌ ଭାବବିହ୍ୱଳ ହୋଇଥିଲେ ରାଷ୍ଟ୍ରପତି।

ସ୍କୁଲରେ ଖାଲି ସମ୍ବୋଧିତ କରି କରିନାହାଁନ୍ତି, ପ୍ରୋଟୋକଲ ଭାଙ୍ଗି ଛାତ୍ରଛାତ୍ରୀ ଓ ନିଜର ବାଲ୍ୟ ବାନ୍ଧବୀଙ୍କୁ ଭେଟି ଭାବବିନିମୟ କରିଛନ୍ତି ରାଷ୍ଟ୍ରପତି। ସାଙ୍ଗରେ ଆଣିଥିବା ଉପହାର ମଧ୍ୟ ବାଣ୍ଟିଛନ୍ତି। ତାହାରି ଭିତରେ ଦେଶର ପ୍ରଥମ ନାଗରିକ ବନିଥିବା ଆଜିର ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଥମରୁ ପଞ୍ଚମ ଯାଏଁ ପଢ଼ାଇଥିବା ଗୁରୁଙ୍କୁ ସାକ୍ଷାତ କରିବାକୁ ଭୁଲିନାହାଁନ୍ତି ମାଡ଼ାମ୍‌ ପ୍ରେସିଡେଣ୍ଟ। ଯାହାଙ୍କୁ ମଞ୍ଚ ଉପରେ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ହାତଯୋଡ଼ି କୃତଜ୍ଞତା ଜଣାଇଛନ୍ତି। ଆଉ ରାଷ୍ଟ୍ରପତି ବନିଥିବା ସେଦିନର ଛାତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ନିଜକୁ ଧନ୍ୟ ମନେ କରିଛନ୍ତି ମଦନ ମୋହନ ସାର, କୃତିବାସ ସାର ଓ ବିଶୁ ସାର।

Advertisment

ସ୍କୁଲରେ କାର୍ଯ୍ୟକ୍ରମ ସରିବା ପରେ ରାଷ୍ଟ୍ରପତି ସିଧା ଯାଇଥିଲେ ନିଜ ପୈତୃକ ଘରକୁ। ଯେଉଁଠି ଜନ୍ମ ହୋଇଥିଲେ ମହାମହିମ। ରାଷ୍ଟ୍ରପତି ବନିଥିବା ଝିଅକୁ ଦୁବ ଆଉ ବରକୋଳି ପତ୍ର ସହ ବନ୍ଦାପନା କରି ସ୍ୱାଗତ କରିଥିଲେ ପରିବାର, ଆତ୍ମୀୟ ସ୍ୱଜନ। ଘରେ ପହଞ୍ଚିବା ପରେ ପ୍ରୋଟୋକଲ ଭାଙ୍ଗି ମହିଳାଙ୍କ ସହ ସାନ୍ତାଳି ନୃତ୍ୟରେ ସାମିଲ ହୋଇଥିଲେ। ପରେ ଘରକୁ ଯାଇ ନିଜ ପୁତୁରା ଓ ପୁତୁରା ବୋହୂଙ୍କୁ ହାତରୁ ମଣ୍ଡା ପିଠା ଓ ଆରିଷା ପିଠା ସହ ଖାଇଥିଲେ ମଧ୍ୟାହ୍ନ ଭୋଜନ। ଆଉ ସମସ୍ତଙ୍କୁ ଦିଲ୍ଲୀ ଯିବାକୁ ନିମନ୍ତ୍ରଣ ସହ ରାଷ୍ଟ୍ରପତି ଭବନରୁ ଆଣିଥିବା ଶାଢ଼ୀ ଓ ମିଠା ଦେଇଥିଲେ।

ନିଜ ଘରେ ମଧ୍ୟାହ୍ନ ଭୋଜନ ପରେ ରାଇରଙ୍ଗପୁର ଆସିଥିଲେ ମହାମହିମ। ସେଠାରେ ରାଇରଙ୍ଗପୁର ଡାକ୍ତରଖାନାକୁ LIC ପ୍ରଦତ୍ତ ସ୍ୱର୍ଗରଥ ଆମ୍ବୁଲାନ୍ସ ଏବଂ ରେଡକ୍ରସ୍‌ ପ୍ରଦତ୍ତ ଆମ୍ବୁଲାନ୍ସକୁ ଲୋକାର୍ପିତ କରିଥିଲେ। ଏହାସହ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଯୋଗଦେଇ ଛାତ୍ରୀଙ୍କୁ ସ୍ୱପ୍ନକୁ ସାକାର କରିବାର ମନ୍ତ୍ର ଦେଇଥିଲେ।

ଅପରାହ୍ନରେ ରାଇରଙ୍ଗପୁର ସ୍ଥିତ ପୂର୍ଣ୍ଣେଶ୍ୱର ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ମହାମହିମ। ଇଏ ହେଉଛି ସେହି ମନ୍ଦିର, ଯେବେ ରାଷ୍ଟ୍ରପତି ହେବା ପାଇଁ ତାଙ୍କ ନାଁ ଘୋଷଣା ହେବା ପରେ ମହାଦେବକୁ ଦର୍ଶନ କରି ଝାଡ଼ୁ ଲଗାଇଥିଲେ। ଆଜି ସେଠାରେ କିଛି ସମୟ ଧରି ପୂଜାର୍ଚ୍ଚନା କରି ନିଜ ମହୁଲଡିହା ଘରକୁ ଯାଇଛନ୍ତି ମହାମହିମ। ଯେଉଁଠି ରାତ୍ରୀ ରହଣୀ କରିବେ।

President Of India Baripada Draupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe