Advertisment

ସମଲେଶ୍ୱରୀ ମନ୍ଦିର ଯିବେ ରାଷ୍ଟ୍ରପତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ଆସନ୍ତାକାଲି ଅପରାହ୍ନ ୪ଟାରେ ରାଷ୍ଟ୍ରପତି ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT)ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।

ଅଦ୍ୟତନ ହୋଇଛି
President Draupadi Murmu

President Draupadi Murmu

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଆଜି ମୟୂରଭଞ୍ଜରେ ଅଛନ୍ତି। ଆସନ୍ତାକାଲି ସେ ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଆସିବେ। ଏହି ଗସ୍ତ ବେଳେ ସେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ଦର୍ଶନ କରିବେ। ସେଥିପାଇଁ ଆସନ୍ତାକାଲି ଅପରାହ୍ନ ୨ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ସମଲେଶ୍ୱରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। 

Advertisment

ଆସନ୍ତାକାଲି ଅପରାହ୍ନ ୪ଟାରେ ରାଷ୍ଟ୍ରପତି ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT)ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ସେହି କାର୍ଯ୍ୟକ୍ରମ ଶେଷ କରି ରାଷ୍ଟ୍ରପତି ସମ୍ବଲପୁର ଅଭିମୁଖେ ବାହାରିବେ। ରାଷ୍ଟ୍ରପତି ସନ୍ଧ୍ୟା ୫ଟା ୨୫ରେ ମା’ ସମଲେଇଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ୫ଟା ୫୫ରେ ସେ ବୁର୍ଲା ଫେରି ଯିବେ। 

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ପ୍ରସ୍ତୁତି ଚାଲିଛି। ଯେଉଁ ପୂଜକଙ୍କ ପାଳି ପଡ଼ିଛି ସେ ଭାରି ଖୁସି ଅଛନ୍ତି। ମହାମହିମଙ୍କୁ ମା’ଙ୍କର ଦର୍ଶନ କରାଇବାର ସୁଯୋଗ ତାଙ୍କୁ ମିଳିଥିବାରୁ ସେ ଭାରି ଖୁସି ଅଛନ୍ତି। 

Advertisment

ମା’ ସମଲେଇଙ୍କ ଦର୍ଶନ କରି ରାଷ୍ଟ୍ରପତି ପୁଣି ବୁର୍ଲା ଫେରିଯାଇ ଏମସିଏଲର ଗେଷ୍ଟ ହାଉସରେ ରାତ୍ରୀ ଯାପନ କରିବେ। ତା’ ପରଦିନ ଅର୍ଥାତ୍ ୨୨ ତାରିଖ ଦିନ ସକାଳ ୯ଟାରୁ ୯ଟା ୫୫ ପର୍ଯ୍ୟନ୍ତ ରାଷ୍ଟ୍ରପତି ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ମାଝିପାଲି ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପାବନ ସରୋବରରେ ପରିସରରେ ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ।

ସମ୍ବଲପୁରରୁ ସଞ୍ଜୟ ନାୟକଙ୍କ ରିପୋର୍ଟ

President Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe