Advertisment

ଦାବି ଶୁଣୁ ନାହାନ୍ତି ସରକାର, ଆଜିଠୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

ପୂର୍ବରୁ ସଂଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ସୁଦ୍ଧା ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି।

ଅଦ୍ୟତନ ହୋଇଛି
Strike

Strike

Advertisment

ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଶିକ୍ଷକଙ୍କ ଆନ୍ଦୋଳନ। ଦାବି ପୂରଣ ନିମନ୍ତେ ଆଜିଠାରୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ। ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ସମୂହ ଛୁଟିରେ ଯିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି। ଫଳରେ ପିଲାଙ୍କ ପଠପଢା ଏକପ୍ରକାର ଠପ ହୋଇଯିବ ବୋଲି ଆଶଙ୍କା କରାଯାଉଛି।

Advertisment

୩ ଦଫା ଦାବି ପୂରଣ ପାଇଁ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରଖିଛି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ। ଠିକା ଅବଧିକୁ ୬ ବର୍ଷ ଏବଂ ଶିକ୍ଷାକର୍ମୀ ୪ ବର୍ଷ ସମୟକୁ ଚାକିରିରେ ଗଣନା କରି ନ୍ୟାସନାଲ ଓ ଇନକ୍ରିମେଣ୍ଟ ପ୍ରଦାନ କରିବା, ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡ଼ର ଭୁକ୍ତ କରିବା, କଳା କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ଦାବି ସହ ଯୁକ୍ତଦୁଇ ଯୋଗ୍ୟତା ଆଧାରରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ସହ ପୁରୁଣା ପେନସନ ପୁନଃ ପ୍ରଚଳନ ନିମନ୍ତେ ଆନ୍ଦୋଳନ ଚଳାଇଛନ୍ତି ପ୍ରାଥମିକ ଶିକ୍ଷକ।

ପୂର୍ବରୁ ସଂଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ସୁଦ୍ଧା ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି। ସରକାର ବାରମ୍ବାର ବାରମ୍ବାର ପ୍ରତିଶ୍ରୁତି ଦେଇ ମଧ୍ୟ ପୂରଣ କରୁ ନାହାନ୍ତି। ଏଥିପାଇଁ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ଏହାଦ୍ୱାରା ପିଲାମାନଙ୍କ ପାଠପଢ଼ା ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ତେବେ ସରକାର ଏ ଦିଗରେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

 ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନକୁ ଯଥାର୍ଥ ବୋଲି ଦର୍ଶାଇଲେ ବିରୋଧୀ । ପ୍ରାଥମିକ ଶିକ୍ଷାକୁ ରାଜ୍ୟ ସରକାରଙ୍କ ପ୍ରାଥମିକତା ଦେଉ ନ ଥିବା କହିଛି ବିଜେପି । ଏଥିସହ ଦଳ କହିଛି, ରାଜ୍ୟରେ ଏବେ ୫୦ ହଜାର ସ୍କୁଲରେ ଶିକ୍ଷାଦାନ ବନ୍ଦ। ଶିକ୍ଷକଙ୍କ ସମସ୍ୟାର ସମାଧାନ କରି ପାରିଲେନି ରାଜ୍ୟ ସରକାର।  5-ଟି ଏବେ 5-D ଅର୍ଥାତ ୫ ଦିନ ହୋଇଗଲା ଶିକ୍ଷକଙ୍କ ସମସ୍ୟାର  ସମାଧାନ ହୋଇପାରିଲାନି ବୋଲି ବିଜେପି କଟାକ୍ଷ କରିଛି ।

5 T ସଚିବଙ୍କ ଗସ୍ତ ବାବଦକୁ ହେଲିକପ୍ଟରରେ ୫୦୦ କୋଟି ଖର୍ଚ୍ଚ କରାଯାଉଛି। ହେଲେ ଶିକ୍ଷକଙ୍କ ଦରମା ଦେବାକୁ 
ପଇସା ନାହଁ ବୋଲି କହି ଶାସକ ଦଳକୁ ଟାର୍ଗେଟ କରିଛି ବିଜେପି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। ମୁଖ୍ୟମନ୍ତ୍ରୀ ଯାହା ଥରେ ଘୋଷଣା କରୁଛନ୍ତି, ପର ମୁହୂର୍ତ୍ତରେ ତାକୁ ଭଙ୍ଗ କରି ଦେଉଛନ୍ତି ।

 ଏହି ପ୍ରସଙ୍ଗରେ ମୁହଁ ଖୋଲି ବିଜେଡି କହିଛି, ଶିକ୍ଷକଙ୍କ ଦାବି କେତେଦୂର ଯୁକ୍ତିଯୁକ୍ତ, ସେନେଇ ସରକାର ବିଚାର କରିବେ। ଏହାପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ।

Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe