Advertisment

ଡିଜିପି ସମ୍ମିଳନୀରେ ସ୍ମାର୍ଟ ପୁଲିସିଂ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱରରେ ଦେଶ ସୁରକ୍ଷା ସଂପର୍କିତ ତିନି ଦିନିଆ ମହାମନ୍ଥନ ଶେଷ ହୋଇଛି।

author-image
Jitendra Garnayak
PM Modi

PM Modi

ଭୁବନେଶ୍ୱରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ଡିଜିପି/ଆଇଜିପି ସମ୍ମିଳନୀରେ ସ୍ମାର୍ଟ ପୁଲିସିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ୟବସ୍ଥାକୁ ରଣନୀତିକ, ଯତ୍ନଶୀଳ, ନିର୍ଭରଯୋଗ୍ୟ ଓ ସ୍ୱଚ୍ଛ କରିବାକୁ ସେ ଦେଇଛନ୍ତି ଆହ୍ୱାନ। ଏଥିସହ ଡିଜିଟାଲ୍ ଠକେଇ ଓ ସାଇବର ଅପରାଧ ରୋକିବାକୁ AI ଉପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଆସପିରେସନାଲ୍ ଇଣ୍ଡିଆ ହେଉଛି ଡବଲ୍ AI। କାର୍ଯ୍ୟଚାପ ହ୍ରାସ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରନ୍ତୁ। ବିକଶିତ ଭାରତକୁ ଦୃଷ୍ଟିରେ ରଖି ପୁଲିସ ବ୍ୟବସ୍ଥାର ଆଧୁନିକୀକରଣ ହେଉ। ହ୍ୟାକିଂ ରୋକିବାକୁ ଜାତୀୟ ପୁଲିସ ହ୍ୟାକାଥନ ଆପଣାଇବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

pmଡିଜିପି/ଆଇଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱରରେ ଦେଶ ସୁରକ୍ଷା ସଂପର୍କିତ ତିନି ଦିନିଆ ମହାମନ୍ଥନ ଶେଷ ହୋଇଛି। ସର୍ବଭାରତୀୟ ପୁଲିସ ଡିଜି ଓ ଆଇଜି ସମ୍ମିଳନୀ ସାରି ଦିଲ୍ଲୀ ଫେରିଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ। ୩ ଦିନିଆ ବୈଠକରେ ସୀମା ସୁରକ୍ଷା ଏବଂ ସାଇବର ଅପରାଧଠୁ ଆରମ୍ଭ କରି ନକ୍ସଲ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ଏଥିସହ ବେଆଇନ ଅନୁପ୍ରବେଶ, ଶରଣାର୍ଥୀ ସମସ୍ୟା, ମହିଳା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ନିଶା କାରବାର ଓ ତଟ୍ଟ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ସହ ମାରାଥନ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଟପିକ୍ ୱାରି ପ୍ରେଜେଣ୍ଟେସନରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଆଗରେ ମତ ରଖିଛନ୍ତି ବିଭିନ୍ନ ରାଜ୍ୟର ପ୍ରତିନିଧି। ବିଶେଷ କରି ସମୟ ସହ ତାଳ ଦେଇ ଅପରାଧ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାରକୁ ନେଇ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି।

Advertisment

ଉଦଘାଟନୀ ଦିବସରେ ଦେଶର ପୂର୍ବ ସୀମାରେ ସୁରକ୍ଷା ଚ୍ୟାଲେଞ୍ଜ, ଅନୁପ୍ରବେଶ ସମସ୍ୟା, ଅର୍ବାନ ପୁଲିସିଂ ସହ ଅନ୍ତର୍ଜାତୀୟ ସୀମା ସୁରକ୍ଷା ଉପରେ ଫୋକସ ସହ ଶୂନ୍ୟ ସହନଶୀଳ ନୀତି ଉପରେ ଗୁରୁତ୍ୱାରୋପ କରିଥିଲେ ଶାହ। ନକ୍ସଲ ଦମନ କ୍ଷେତ୍ରରେ ବିଭିନ୍ନ ରାଜ୍ୟର ମଡେଲ ଉପରେ ଆଲୋଚନା ସହ ବିତର୍କ ବି ହୋଇଥିଲା।

ପ୍ରଥମଥର ପାଇଁ ଓଡ଼ିଶାରେ ଆୟୋଜିତ ଏହି ସର୍ବଭାରତୀୟ ଡିଜିପି/ଆଇଜିପି ସମ୍ମିଳନୀରେ ସବୁ ରାଜ୍ୟର ଡିଜିପି, ଆଇଜିପିଙ୍କ ସହ ଗୃହ ସଚିବ, ଗୃହ ମନ୍ତ୍ରାଳୟର ତମାମ୍ ବରିଷ୍ଠ ଅଧିକାରୀ, ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଜାତୀୟ ସୁରକ୍ଷା ସହିତ ଜଡ଼ିତ ସମସ୍ତ ତୁଙ୍ଗ ଅଫିସର ଉପସ୍ଥିତ ଥିଲେ। ୩ ଦିନିଆ ଡିଜିପି ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ହୋଇଥିବା ବ୍ୟବସ୍ଥାକୁ ବିଭିନ୍ନ ରାଜ୍ୟର ପ୍ରତିନିଧି ପ୍ରଶଂସା କରିଥିବା କହିଛନ୍ତି ପୁଲିସ କମିଶନର।

PM Narendra Modi DGP Conference