Advertisment

୨୭ ସୁଦ୍ଧା ସମାଧାନ କର ନଚେତ୍ ବସ୍ ଧର୍ମଘଟ, ଚେତାବନୀ ଦେଲା ଘରୋଇ ବସ୍ ମାଲିକ ସଂଘ

ରାଜ୍ୟ ପରିବହନ ପ୍ରାଧିକରଣଙ୍କୁ ଏକ ଚିଠି ଲେଖି ଓଡ଼ିଶା ଘରୋଇ ମାଲିକ ବସ୍ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନା ଯୋଗୁ ରାଜ୍ୟରେ ପ୍ରାୟ ୧୪ହଜାରରୁ ଅଧିକ ଘରୋଇ ବସ୍ କର୍ମଚାରୀଙ୍କ ପରିବାର ପ୍ରଭାବିତ ହେବେ ।

undefined

Bus

Advertisment

ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନା ଯୋଗୁ ସମ୍ମୁଖୀନ ହେବାକୁ ଥିବା ସମସ୍ୟାର ସମାଧାନ ନହେଲେ ବାଧ୍ୟ ହୋଇ ରାଜ୍ୟବ୍ୟାପୀ ବସ୍ ଚଳାଚଳ ବନ୍ଦ କରିବେ ବୋଲି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ଚେତାବନୀ ଦେଇଛି । ସେପ୍ଟେମ୍ବର ୨୭ତାରିଖ ସୁଦ୍ଧା ଯଦି ରାଜ୍ୟ ସରକାର ଆଲୋଚନା ମାଧ୍ୟମରେ ଏସବୁ ସମସ୍ୟାର ସମାଧାନ ନକରିବେ ତା’ହେଲେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବସ୍ ଧର୍ମଘଟ କରାଯିବ ବୋଲି ସୂଚନା ଦିଆଯାଇଛି ।

Advertisment

ରାଜ୍ୟ ପରିବହନ ପ୍ରାଧିକରଣଙ୍କୁ ଏକ ଚିଠି ଲେଖି ଓଡ଼ିଶା ଘରୋଇ ମାଲିକ ବସ୍ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନା ଯୋଗୁ ରାଜ୍ୟରେ ପ୍ରାୟ ୧୪ହଜାରରୁ ଅଧିକ ଘରୋଇ ବସ୍ କର୍ମଚାରୀଙ୍କ ପରିବାର ପ୍ରଭାବିତ ହେବେ । ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାରଙ୍କ ଏହି ‘ଲକ୍ଷ୍ମୀ’ ଯୋଜନାକୁ ସଂଘ ବିରୋଧ କରୁନି । କିନ୍ତୁ ଘରୋଇ ବସ୍ କର୍ମଚାରୀମାନଙ୍କ ଜୀବିକା ପ୍ରଭାବିତ ହେବାର ଆଶଙ୍କା ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ହେବା ଜରୁରୀ । ସହରାଂଚଳରେ ରାଜ୍ୟ ସରକାରଙ୍କ ‘ମୋ ବସ୍ ’ ସେବାକୁ ନେଇ ଘରୋଇ ବସଗୁଡ଼ିକ ପ୍ରଭାବିତ ହୋଇସାରିଛନ୍ତି । ଏବେ ଲକ୍ଷ୍ମୀ ଯୋଜନା ଯୋଗୁ ପ୍ରାୟ ୮ହଜାର ଘରୋଇ ବସ୍ ମାଲିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ରାଜ୍ୟ ସରକାର ଏହି ଯୋଜନା ଘୋଷଣା କରିବା ପୂର୍ବରୁ ଘରୋଇ ବସ୍ ମାଲିକ ସଂଘ ସମ୍ମୁଖୀନ ହେବାକୁ ଥିବା ସମସ୍ୟା ପ୍ରତି ସାମାନ୍ୟ ଦୃଷ୍ଟି ଦେଇନାହାନ୍ତି । ସଂଘ ନିଜର ବିରୋଧ ଦର୍ଶାଇବା ପରେ ସରକାର ଘରୋଇ ବସ୍ ମାଲିକ ସଂଘ ସହ ବାରମ୍ବାର ଆଲୋଚନା କରିଛନ୍ତି, କିନ୍ତୁ କୌଣସି ନିର୍ଯ୍ୟାସ ବାହାରି ପାରିନି । ତେଣୁ ଯଦି ସେପ୍ଟେମ୍ବର ୨୭ତାରିଖ ସୁଦ୍ଧା ଆଲୋଚନା ମାଧ୍ୟମରେ ବସ୍ ଚଳାଚଳ କରିବାର ମାର୍ଗ ଓ ସମୟକୁ ନେଇ କୌଣସି ସମାଧାନ ବାହାର କରିବାରେ ରାଜ୍ୟ ସରକାର ବିଫଳ ହୁଅନ୍ତି ତା’ହେଲେ ଘରୋଇ ବସଗୁଡ଼ିକ ରାଜ୍ୟବ୍ୟାପୀ ଧର୍ମଘଟକୁ ଓହ୍ଲାଇବେ ।

ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ୍ ଗତ ସପ୍ତାହରେ ‘ଲକ୍ଷ୍ମୀ’ ଯୋଜନାକୁ ଅନୁମୋଦନ କରିଛନ୍ତି । ଏଥିରେ ପ୍ରତ୍ୟେକ ପଂଚାୟତରୁ ରାଜଧାନୀକୁ ବସ୍ ଚଳାଚଳ କରିବ । ଏଥିପାଇଁ ସରକାର ବଜେଟରେ ଆର୍ଥିକ ବ୍ୟୟବରାଦ ମଧ୍ୟ କରିଛନ୍ତି ।

Advertisment
Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe