Advertisment

ପୁରୀ ଜିଲ୍ଲାପାଳଙ୍କ ରୋଷେୟାଙ୍କ ଝିଅ ପାଇଲେ ଓଏଏସ୍‌

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରୋଷେୟା ଭାବେ କାର୍ଯ୍ୟ କରୁଛନ୍ତି ଗୋପ ବ୍ଲକ୍‌ ସାରଡ଼ା ଗାଁର ପବିତ୍ର ମୋହନ ନାୟକ। ସେ ପରିବାର ସହ ପୁରୀରେ ରହୁଛନ୍ତି। ତାଙ୍କ ବଡ଼ ଝିଅ ହେଉଛନ୍ତି ପ୍ରିୟଙ୍କା ନାୟକ। ପ୍ରିୟଙ୍କାଙ୍କ ପାଠ ପଢ଼ା ପୁରୀରେ ହୋଇଛି।

Puri

Puri

Advertisment

ପୁରୀ ଜିଲ୍ଲାପାଳଙ୍କ ରୋଷେୟାଙ୍କ ଝିଅ ପ୍ରିୟଙ୍କା ନାୟକ ପାଇଲେ ଓଏଏସ୍‌। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସେ ୩୫୮ ନମ୍ୱର ରାଙ୍କ ରଖିଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେ ଖୁସି ପ୍ରକାଶ କରୁଛନ୍ତି। ଏହି ସଫଳତାର ଶ୍ରେୟ ସେ ଭଗବାନ, ବାପା-ମାଆ ଓ ମାଉସୀ ଦେଇଛନ୍ତି।

Advertisment

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରୋଷେୟା ଭାବେ କାର୍ଯ୍ୟ କରୁଛନ୍ତି ଗୋପ ବ୍ଲକ୍‌ ସାରଡ଼ା ଗାଁର ପବିତ୍ର ମୋହନ ନାୟକ। ସେ ପରିବାର ସହ ପୁରୀରେ ରହୁଛନ୍ତି। ତାଙ୍କ ବଡ଼ ଝିଅ ହେଉଛନ୍ତି ପ୍ରିୟଙ୍କା ନାୟକ। ପ୍ରିୟଙ୍କାଙ୍କ ପାଠ ପଢ଼ା ପୁରୀରେ ହୋଇଛି। ପାଠ ପଢ଼ା ପରେ ପ୍ରିୟଙ୍କା ପୋଷ୍ଟାଲ୍‌ରେ ଚାକିରି କରୁଥିଲେ। ହେଲେ ମନ ତାଙ୍କର ପ୍ରଶାସନିକ ସେବାରେ ଥିଲା। ତେଣୁ ପ୍ରତିଦିନ ଅଫିସରୁ ଆସି ପାଠ ପଢ଼ୁଥିଲେ। ପ୍ରାୟ ୬ରୁ ୭ ଘଣ୍ଟା ପଢ଼ୁଥିଲେ। ନିଜ ଘରଠାରୁ ଅଫିସ ବହୁ ଦୂର ହୋଇଥିବାରୁ ସେ ମାଉସୀଙ୍କ ଘରେ ରହୁଥିଲେ। ପାଠ ପଢ଼ାରେ ମାଉସୀ ବହୁ ସାହାଯ୍ୟ କରିଥିଲେ ବୋଲି ପ୍ରିୟଙ୍କା କହିଛନ୍ତି।

ଗତକାଲି ପ୍ରକାଶ ପାଇଥିବା ଓଏଏସ୍‌ ରେଜଲ୍‌ଟରେ ୩୫୮ ନମ୍ୱର ରାଙ୍କ ପାଇଛନ୍ତି ପ୍ରିୟଙ୍କା। ଏଥିପାଇଁ ବହୁତ ଖୁସି ପ୍ରକାଶ କରିଛନ୍ତି। ଏହି ସଫଳତାରେ ଶ୍ରେୟ ସେ ଭଗବାନ, ବାପା-ମାଆ ଓ ମାଉସୀଙ୍କୁ ଦେଇଛନ୍ତି। ସେ କହିଛନ୍ତି, ଚାକିରି କରିବା ବେଳେ ମାଉସୀଙ୍କ ଘରେ ରହୁଥିଲି। ଅଫିସରୁ ଆସିଲେ ମୋତେ ଘରେ କାମ କରିବାକୁ ଦିଅନ୍ତି ନାହିଁ ମାଉସୀ। ତେଣୁ ଅଫିସ୍‌ରୁ ଆସି କେବଳ ପାଠ ପଢ଼ୁଥିଲି। ଦିନକୁ ପ୍ରାୟ ୬ରୁ ୭ ଘଣ୍ଟା ପରିଶ୍ରମ କରୁଥିଲି। ଗୋଟିଏ ବର୍ଷ ବ୍ରେକ୍‌ ନେଇ ଆଇଏଏସ୍‌ ପାଇଁ ପ୍ରସ୍ତୁତି କରିବି ବୋଲି ପ୍ରିୟଙ୍କା କହିଛନ୍ତି।

Advertisment

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

OAS Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe