୧୦ ଦଫା ଦାବିରେ ଖଣି ସମ୍ମୁଖରେ ବିକ୍ଷୋଭ। ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ। ସୁନ୍ଦରଗଡ କୋଇଡା ବ୍ଲକ ନାରାୟଣପୋଷରେ ଥିବା ଜେଏସଡବ୍ଲ୍ୟୁ ମାଇନ୍ସ ଗେଟ ସମ୍ମୁଖରେ ଏଭଳି ସ୍ଥିତି ଉପୁଜିଛି। ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ସିଆଇଟିୟୁର ହଜାର ହଜାର କର୍ମୀ ଓ କାଶିରା ସରପଞ୍ଚ ୧୦ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଓ ବିକ୍ଷୋଭ ଜାରି ରଖିଛନ୍ତି। ଏଥିରେ ହଜାର ମହିଳା ଓ ପୁରୁଷ ଏକ ରାଲିରେ ଆସି ଜେଏସଡବ୍ଲ୍ୟୁ ଖଣି ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ବିକ୍ଷୋଭକାରୀ ଓ ପୁଲିସ ଭିତରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
୨୦ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, କରିବେ ବିଶାଳ ରୋଡ୍ ଶୋ
ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷପୂର୍ତ୍ତି ପାଇଁ ଆସନ୍ତା ୨୦ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ।

Miscellaneous
ଏଣିକି ସରକାରୀ ସାର୍ଟିଫିକେଟ୍ ପାଇଁ ‘ଆଧାର’ ବାଧ୍ୟତାମୂଳକ: ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର
ରାଜ୍ୟ ସରକାର ବିଭିନ୍ନ ପ୍ରକାରର ସାଟିଁଫିକେଟର ଜାଲିଆତି ରୋକିବା ସହ ସରକାରୀ ସେବାରେ ପାରଦର୍ଶୀ ଆଣିବା ନିମନ୍ତେ ‘ଆଧାର’କୁ ସରକାରୀ ସେବା ନିମନ୍ତେ ଏକ ଦୃଢ଼ ପରିଚୟ ପ୍ରମାଣ ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Miscellaneous
କଠୋର ହେଲେ ମୋହନ ସରକାର : କର୍ମଚାରୀ ବିଳମ୍ବରେ ଆସିଲେ କଟିବ ଛୁଟି, ଏଆଇ କ୍ୟାମେରା ରଖିବ ନଜର
ସରକାରୀ ଅଫିସକୁ ବିଳମ୍ବରେ ଆସିବା ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ନିମନ୍ତେ ସରକାର ଏଆଇ ଆଧାରିତ କ୍ୟାମେରା, ରେଡିଓ ଫ୍ରିକ୍ୱେିନ୍ସି ଆଇକାର୍ଡ ଓ ଲଗାତାର ୩ଥର ୩୦ମିନିଟ୍ ବିଳମ୍ବ ପାଇଁ ଗୋଟିଏଦିନର ସିଏଲ୍ କାଟିଦେବା ଭଳି କଠୋର ନିଷ୍ପତ୍ତି ନେଇଛନ୍ତି ।

Miscellaneous
ପାଣ୍ଡିଆନପନ୍ଥୀଙ୍କୁ ଓଡ଼ିଶା ଦାୟିତ୍ୱ: ଭିନିଲଙ୍କୁ ବଲାଙ୍ଗୀର ଓ ଭିଭି ଯାଦବଙ୍କୁ ଢେଙ୍କାନାଳ
ପାଣ୍ଡିଆନଙ୍କ କୋରଟିମ୍ ସଦସ୍ୟ ଥିବା ଅଫିସରମାନେ ଜଣକପରେ ଜଣେ ଦିଲ୍ଲୀକୁ ଡେପୁଟେସନରେ ପଳାଇଥିବାବେଳେ ଏବେ ଓଲଟା ଦିଲ୍ଲୀ ଆଡ଼ୁ ସେମାନଙ୍କୁ ଓଡ଼ିଶାର ଦାୟିତ୍ୱ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି ।

Miscellaneous
ପୁଲିସ ବିଭାଗରେ ବ୍ୟାପକ ଅନିୟମିତତା: ଚୁକ୍ତି ଅବଧି ସରିବା ପରେ ବି ଅନୁକମ୍ପା, ସାମଗ୍ରୀ କିଣାବିକାରେ ରହୁନି ପାରଦର୍ଶିତା
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ନୀତି ଆପଣାଇଥିଲେ ମଧ୍ୟ ରାଜ୍ୟ ପୁଲିସ ବିଭାଗ ପାଇଁ ଏସବୁ ଯେଭଳି ମୂଲ୍ୟହୀନ ହୋଇପଡ଼ିଛି ।