/odisha-reporter/media/post_attachments/uploadimage/library/16_9/16_9_0/IMAGE_1710306123.jpg)
Sanitation workers
ଦୁଇ ଦିନ ଧରି ରାଜଧାନୀରେ ଆନ୍ଦୋଳନ କରି ଆସୁଥିବା ସଫେଇ କର୍ମୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି ସକାଳେ ମେୟର ସୁଲୋଚନା ଦାସଙ୍କ ସହ ସଂଘ ଆଲୋଚନା କରିବାପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ସଫେଇ କର୍ମଚାରୀ। ତେବେ ୨ଦିନ ଭିତରେ ଦାବି ପୂରଣ ନହେଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ସଫେଇ କର୍ମୀ।
ଅଳିଆ ପୃଥକୀକରଣ ନ କରିବା ଏବଂ ଦରମା ୧୫ ହଜାର ଟଙ୍କା ପ୍ରଦାନ ଦାବିରେ ଦୁଇ ଦିନ ଧରି ଆନ୍ଦୋଳନ କରି ଆସୁଥିଲେ ସଫେଇ କର୍ମଚାରୀ। ଗତକାଲି ସଫେଇ କର୍ମଚାରୀ ସଂଘଙ୍କ ସହ ଉଭୟ ମେୟର ଏବଂ କମିଶନରଙ୍କ ସହ ଆଲୋଚନା କରିଥିଲେ। ହେଲେ ଆଲୋଚନା ସଫଳ ହୋଇନଥିଲା। ଅନ୍ୟପକ୍ଷରେ ସଫେଇ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ୩ ଦିନ ଓ ଅଳିଆ ପୃଥକୀକରଣ ବନ୍ଦ କରିବାକୁ ୧୫ ଦିନର ସମୟ ମାଗିଥିଲା ବିଏମସି।
ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଥିଲା ସଫେଇ କର୍ମଚାରୀ ସଂଘ। ଆଜି ସକାଳେ ସଫେଇ କର୍ମଚାରୀ ପୁଣି ଆନ୍ଦୋଳନ କରିଥିଲେ। ଆଲୋଚନା ପାଇଁ ନିଜ ବାସଭବନକୁ ଡାକିଥିଲେ ମେୟର। ସଫେଇ କର୍ମଚାରୀ ସଂଘ ମେୟରଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
