Advertisment

ଥମୁନି NAC ଦାବି ନିଆଁ; ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ଏନଏସି ଘୋଷଣା କରା ନଯିବାକୁ ନେଇ ସ୍ଥାନାୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Bandh

Bandh

ରାଜ୍ୟରେ ତେଜୁଛି NAC ଦାବି ନିଆଁ । ବିଭିନ୍ନ ସ୍ଥାନରେ NAC ମାନ୍ୟତା ନେଇ ଦାବି ଉଠିଛି। ଏନେଇ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି। ଏହି କ୍ରମରେ ସମ୍ବଲପୁର ଜିଲ୍ଲା ବାମରାକୁ ଏନଏସି ଘୋଷଣା ଦାବିରେ ବନ୍ଦ ପାଳନ କରାଯାଇଛି। ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ଏନଏସି ଘୋଷଣା କରା ନଯିବାକୁ ନେଇ ସ୍ଥାନାୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।

Advertisment

ରାଜ୍ୟ ସରକାରଙ୍କ ୩୫ ନୂଆ NAC ଘୋଷଣା ଘୋଷଣା କରିଥିବା ବେଳେ ସେଥିରୁ ବାମରା ବାଦ ପଡିଥିବାରୁ ସ୍ଥାନୀୟ ଲୋକେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି। ତେବେ ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି। ଆନ୍ଦୋଳନ ଯୋଗୁ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି। ନାଗରିକ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ବଣିକ ସଂଘ ଓ ସମସ୍ତ ସଂଘ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ସେହିପରି NAC ଦାବିରେ ବାଲେଶ୍ୱର ଜିଲ୍ଲା ଖଇରାରେ ବନ୍ଦ ପାଳନ କରାଯାଇଛି। ସ୍ୱାଭିମାନ ମଞ୍ଚ ଓ ଖଇରା ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଖଇରାକୁ ଏନଏସି ପାଇଁ ଅନେକ ଦିନ ହେବ ଦାବି ହୋଇଆସୁଥିଲା l ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କିଛି ଅଞ୍ଚଳକୁ ଏନଏସି ଘୋଷଣା କରିବା ପରେ ଖଇରାକୁ ମଧ୍ୟ ଏନଏସି ଘୋଷଣା ପାଇଁ ଦାବି ଜୋର୍ ଧରିଛି।

Advertisment

NAC ଘୋଷଣା  ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ପୁରୀ ଜିଲ୍ଲା କାକଟପୁରକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କାକଟପୁର ମଣ୍ଡଳ ପକ୍ଷରୁ  ଏହି ବନ୍ଦ ଡାକରା ଦିଆଯାଇଛି।  ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇ କାକଟପୁରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ କାକଟପୁର ବଜାରକୁ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିଛି। ସରକାର କାକଟପୁରକୁ NAC ଘୋଷଣା ନକଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ବିଜେପି ପକ୍ଷରୁ ଧମକ ଦିଆଯାଇଛି।

Balasore NAC