Advertisment

ତେଜୁଛି NAC ଦାବି ନିଆଁ; ଆଜି ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

NAC ଘୋଷଣା ଦାବିରେ ବିଭିନ୍ନ ସ୍ଥାନରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Bangomunda Bandh

Bangomunda Bandh

ରାଜ୍ୟର ବିଭିନ୍ନ ସ୍ଥାନରେ ତେଜୁଛି ସରକାର ବିରୋଧୀ NAC ନିଆଁ। NAC ଘୋଷଣା ଦାବିରେ ଅଲଟିମେଟମ ଦେଇ, ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି। ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା, ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ,କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଓ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଆଜି ବନ୍ଦ ପାଳନ କରାଯାଇଛି। NAC ଘୋଷଣା ଦାବିରେ ବିଭିନ୍ନ ସ୍ଥାନରେ ଆଜି ବନ୍ଦ ଡାକରା ଦିଆଯାଇଛି।

Advertisment

NAC ଦାବିରେ ବଙ୍ଗୋମୁଣ୍ଡାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।  ବନ୍ଦ ଯୋଗୁ ଦୋକାନ ବଜାର, ଅଖଚକ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇଛି। ଏବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁରହିଥିବାରୁ ଶିକ୍ଷ୍ୟାନୁଷ୍ଠାନକୁ ବି ବାଦ ଦିଆଯାଇଛି। ଏହି ବନ୍ଦକୁ ସମର୍ଥନ କରିଛନ୍ତି ବଙ୍ଗୋମୁଣ୍ଡାର ସମସ୍ତ ସଂଗଠନ l ରାଜ୍ୟ ସରକାରଙ୍କ ନୂତନ ଏନଏସି ଘୋଷଣା ତାଲିକାରୁ ବଙ୍ଗୋମୁଣ୍ଡା ବାଦ ପଡିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାରି ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି।

ସେହିପରି NAC ଘୋଷଣା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସୁବଳୟାରେ ଦୋକାନ ବଜାର, ସରକାରୀଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି।

Advertisment

NAC ମାନ୍ୟତା ଦାବିରେ କଳାହାଣ୍ଡି ଜିଲ୍ଲା ଏମ୍ ରାମପୁରରେ ୬ ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବନ୍ଦ ଯୋଗୁ ଏମ.ରାମପୁରରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଯଦି ସରକାର ଦାବି ନ ଶୁଣନ୍ତି ଆଗାମୀ ଦିନରେ ବଡ ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

ବାଲେଶ୍ୱର ଜିଲ୍ଲା ବା଼ଲିଆପାଳକୁ NAC ମାନ୍ୟତା ଦାବିରେ ବନ୍ଦ ପାଳନ କରାଯାଇଛି। ସ୍ୱାଭିମାନ ମଞ୍ଚ ପକ୍ଷରୁ ସକାଳ ୭ରୁ ଅପରାହ୍ନ ୨ଟା ଯାଏ ବନ୍ଦ ପାଳନ କରାଯାଇଛି। ଆନ୍ଦୋଳନକାରୀମାନେ  ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ, ଦୋକାନ ବଜାର ବନ୍ଦ କରିଛନ୍ତି। 

Bolangir Kalahandi Subarnpur