Advertisment

୫୦୦୦ ଲୋକଙ୍କ ଗୁହାରୀ ଶୁଣିଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ

ସମୁଦାୟ ୨୪୦୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ପ୍ରାୟ ୫ ହଜାରରୁ ଅଧିକ ଲୋକ ଗୁହାରୀ ଶୁଣିଥିଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ।

CMO

CMO

Advertisment

ଆଜି ଖୋଲିଥିଲା ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠ। ସକାଳ ୧୦ଟାରେ ଶୁଣାଣି ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀ। ଅଭିଯୋଗ ଶୁଣାଣି ଅପରାହ୍ନ ପ୍ରାୟ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ସମୁଦାୟ ୨୪୦୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ପ୍ରାୟ ୫ ହଜାରରୁ ଅଧିକ ଲୋକ ଗୁହାରୀ ଶୁଣିଥିଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ।

Advertisment

ଖୋର୍ଦ୍ଧା ଟାଙ୍ଗୀର ବ୍ୟକ୍ତି ସନ୍ତୋଷ ସାହୁ। ସେ ଜଣେ ଦିବ୍ୟାଙ୍ଗ। ବିଧିବଦ୍ଧ ଭାବେ ଉପଯୁକ୍ତ ପ୍ରକ୍ରିୟାରେ ନିଯୁକ୍ତି ପାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି। ଗତ ୮ ବର୍ଷ ହେଲା ପାଞ୍ଚ ପ୍ରାଣୀ କୁଟୁମ୍ବକୁ ପୋଷିବା ପାଇଁ ସେ ବହୁତ ଦୁଃଖ କଷ୍ଟ ସହୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିଛନ୍ତି। ସନ୍ତୋଷଙ୍କ ଗୁହାରୀ ଶୁଣି ଉପଯୁକ୍ତ ଅନୁସନ୍ଧାନ କରି ନ୍ୟାୟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ସେ ଆଶ୍ୱସ୍ତ ହୋଇ ଫେରିଛନ୍ତି।

ସେହିପରି ଗଞ୍ଜାମ ଜିଲ୍ଲାର ଗୋଟିଏ ଗରିବ ପରିବାରର ଦିବ୍ୟାଙ୍ଗ ଯୁବକ ବୁଲୁ ବିଶ୍ଵାଳ। ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ସହିତ ପରିବାର ଚଳାଇବା ପାଇଁ ସ୍କୁଟି ଦେବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍କୁଟି ଦିଆଯିବ ବୋଲି କଥା ଦେଇଛନ୍ତି। ସେଥିପାଇଁ ସେ ଖୁଶି ମନରେ ଫେରିଛନ୍ତି।

Advertisment

ଭୁବନେଶ୍ୱର ଶିରିପୁର ଅଞ୍ଚଳର ସୁଭାଷିନୀ ଦେଇ। ବୟସ ୮୨ ବର୍ଷ। ବେଗୁନିଆ ବ୍ଲକରେ ଭତ୍ତା ପାଉଛନ୍ତି। ତାଙ୍କ ଭତ୍ତାକୁ ଭୁବନେଶ୍ୱରରେ ପ୍ରଦାନ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସଙ୍ଗେ ସଙ୍ଗେ ଜିଲ୍ଲାପାଳଙ୍କୁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏମିତି ଅନେକ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜର ସମସ୍ୟା ସମାଧାନ କରିବା ପାଇଁ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆଶ୍ୱାସନା ପାଇ ଆଶା ଓ ଭରସାର ସହିତ ଖୁସି ମନରେ ଘରକୁ ଫେରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Bhubaneswar Bjp Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe