Advertisment

କର୍ମଚାରୀଙ୍କୁ ବାହାର କରି ବ୍ଲକ୍‌ ଅଫିସ୍‌ରେ ତାଲା ପକାଇଲେ ଜନପ୍ରତିନିଧି

ବିଡିଓଙ୍କ ଏପରି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜନପ୍ରତିଧି। ବିଡିଓଙ୍କ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକେଇ ଦେଇଛନ୍ତି।

author-image
Manoranjan Sial
Nabarangapur

Nabarangapur

କର୍ମଚାରୀଙ୍କୁ ବାହାର କରି ବ୍ଲକ ଅଫିସ୍‌ରେ ତାଲା ପକାଇଲେ ଜନପ୍ରତିନିଧି। ବିଡିଓଙ୍କ ବଦଳି ନହେଲା ପର୍ଯ୍ୟନ୍ତ ତାଲା ଖୋଲିବ ନାହିଁ ବୋଲି ଜନପ୍ରତିଧିମାନେ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ଆଜି ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡା ବ୍ଲକ ଅଫିସ୍‌ରେ ଦେଖିବାକୁ ମିଳିଛି।

Advertisment

ନନ୍ଦାହାଣ୍ଡି ବ୍ଲକ୍‌ର ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ଜନ ପ୍ରତିନିଧିଙ୍କୁ ସରକାରୀ ଯୋଜନା ସମ୍ପର୍କରେ କୌଣସି ସୂଚନା ଦେଉନାହାନ୍ତି। ଲୋକ ଦେଖାଣିଆ ଭାବେ ବୈଠକ ପୂର୍ବଦିନ ରାତିରେ ହ୍ୱାଟ୍ସଆପ୍‌ ଗ୍ରୁପ୍‌ ମେସେଜ କରୁଛନ୍ତି। ଅନେକ ସଦସ୍ୟଙ୍କ ପାଖରେ ମୋବାଇଲ ନଥିବାରୁ ସେମାନେ ବୈଠକ ସମ୍ପର୍କରେ ଜାଣିପାରୁନାହାନ୍ତି। ଯେଉଁଥିପାଇଁ ସେମାନେ ବୈଠକରେ ଯୋଦେଇପାରୁ ନାହାନ୍ତି। ଏପରି କାର୍ଯ୍ୟ ନକରିବା ପାଇଁ ବିଡିଓଙ୍କୁ ବାରମ୍ୱାର ଅନୁରୋଧ କରିଥିଲେ ଜନପ୍ରତିନିଧି। ହେଲେ ବିଡିଓ ଏଥିପ୍ରତି ନଜର ଦେଉନଥିବା ଅଭିଯୋଗ ହୋଇଛି। ଏହାଛଡ଼ା ବିଭିନ୍ନ ଯୋଜନାରେ ବିଡିଓ ଅର୍ଥ ହେରଫେର୍‌ କରୁଥିବା ଅଭିଯୋଗ ହୋଇଛି।

ବିଡିଓଙ୍କ ଏପରି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜନପ୍ରତିଧି। ବିଡିଓଙ୍କ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକେଇ ଦେଇଛନ୍ତି। ତାଲା ପକାଇବା ପୂର୍ବରୁ ଜନ ପ୍ରତିନିଧିମାନେ ବ୍ଲକ ଅଫିସ୍‌ରେ କାର୍ଯ୍ୟାଳୟରେ କାମ କରୁଥିବା ସବୁ କର୍ମଚାରୀଙ୍କୁ ବାହାର କରିଦେଇଥିଲେ। ତା’ପରେ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗେଟରୁ ତାଲା ଖୋଲିବ ନାହିଁ ବୋଲି ଜନପ୍ରତିନିଧିମାନେ ରୋକ୍‌ଠୋକ ଶୁଣାଇ ଦେଇଛନ୍ତି। ଏପରିକି ଜନ ପ୍ରତିନିଧିମାନେ ଅଫିସ୍‌ ଆଗରେ ଧାରଣା ଦେଇଛନ୍ତି। ଧାରଣାରେ ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀଙ୍କ ସହିତ ବ୍ଲକର ୧୧ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ସାମିଲ୍‌ ହୋଇଛନ୍ତି।

Advertisment

ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଡିଓ। ସେ କହିଛନ୍ତି, କୌଣସି ଭୁଲ ହୋଇନାହିଁ। ଜନପ୍ରତିନିଧିଙ୍କ ଅଭିଯୋଗର ସତ୍ୟତା ନାହିଁ। ସ୍ଥାନୀୟ ପିଇଓଙ୍କ ମାଧ୍ୟମରେ ଜନପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରାଯାଉଥିବା ବିଡ଼ିଓ କହିଛନ୍ତି।

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

Nabarangpur