Advertisment

ବୈଜୟନ୍ତଙ୍କ ଅଧ୍ୟକ୍ଷତାରେ ପବ୍ଲିକ ଅଣ୍ଡରଟେକିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଦେଶର ଗୁରୁତ୍ୱପୂର୍ଣ୍ଣ କମିଟି ଗୁଡିକ ମଧ୍ୟରୁ ପବ୍ଲିକ ଅଣ୍ଡରଟେକିଂ କମିଟି ଅନ୍ୟତମ। ଶ୍ରୀ ପଣ୍ଡା ଏହି କମିଟିର ଅଧ୍ୟକ୍ଷ ହେବାପରେ ଏହା ତାଙ୍କର ଚତୁର୍ଥ ବୈଠକ।

author-image
Manoranjan Sial
ଅଦ୍ୟତନ ହୋଇଛି
BJP

BJP

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବ୍ଲିକ ଅଣ୍ଡରଟେକିଂ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି।

Advertisment

ଦେଶର ଗୁରୁତ୍ୱପୂର୍ଣ୍ଣ କମିଟି ଗୁଡିକ ମଧ୍ୟରୁ ପବ୍ଲିକ ଅଣ୍ଡରଟେକିଂ କମିଟି ଅନ୍ୟତମ। ଶ୍ରୀ ପଣ୍ଡା ଏହି କମିଟିର ଅଧ୍ୟକ୍ଷ ହେବାପରେ ଏହା ତାଙ୍କର ଚତୁର୍ଥ ବୈଠକ। ଏହି ବୈଠକରେ ଜାତୀୟ ପବ୍ଲିକ୍‌ ସେକ୍ଟର ଅଣ୍ଡରଟେକିଂ ଗୁଡିକରେ ଥିବା ଅବ୍ୟବହୃତ ଜମି ଦେଶର ପ୍ରଗତି ଦିଗରେ କିପରି ବ୍ୟାପକ ବ୍ୟବହାର କରାଯାଇ ପାରିବ, ସେହି ବିଷୟରେ ଆଲୋଚନା ହୋଇଛି।

ବୈଠକରେ କଙ୍କର ଇଣ୍ଡିଆ ଓ କୋଙ୍କଣ ରେଳବାଇ ପ୍ରତିନିଧିମାନେ କମିଟି ସମ୍ମୁଖରେ ଉପସ୍ଥିତ ହୋଇ ନିଜର ପକ୍ଷ ରଖିଛନ୍ତି। ଏହି ବୈଠକରେ ଓଡ଼ିଶାରୁ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସମେତ ଅନ୍ୟ ସଦସ୍ୟ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisment
BjD Bjp Delhi Baijayanta Panda