Advertisment

ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବ୍ଲିକ ଅଣ୍ଡରଟେକିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ସାଂସଦ ବୈଜୟନ୍ତ ପଣ୍ଡା ପବ୍ଲିକ୍ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ଷଷ୍ଠ ବୈଠକ। ବିଏସଏନଏଲ୍ ଓ ଟେଲିକମ୍ ମନ୍ତ୍ରାଳୟର ପ୍ରତିନିଧିମାନେ କମିଟି ସମ୍ମୁଖରେ ଉପସ୍ଥିତ ହୋଇ ନିଜର ପକ୍ଷ ରଖିଛନ୍ତି।

author-image
Debadatta Aryashrestha
Public Undertaking Committee Meeting

Public Undertaking Committee Meeting

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପବ୍ଲିକ୍ ଅଣ୍ଡରଟେକିଂ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଦେଶର ଗୁରୁତ୍ୱପୂର୍ଣ୍ଣ କମିଟି ଗୁଡ଼ିକ ମଧ୍ୟରୁ ପବ୍ଲିକ ଅଣ୍ଡରଟେକିଂ କମିଟି ଅନ୍ୟତମ। ସାଂସଦ ବୈଜୟନ୍ତ ପଣ୍ଡା ପବ୍ଲିକ୍ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ଷଷ୍ଠ ବୈଠକ।

Advertisment

ଏହି ବୈଠକରେ ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସଏନଏଲ୍) ଓ ଟେଲିକମ୍ ମନ୍ତ୍ରାଳୟର ପ୍ରତିନିଧିମାନେ କମିଟି ସମ୍ମୁଖରେ ଉପସ୍ଥିତ ହୋଇ ନିଜର ପକ୍ଷ ରଖିଛନ୍ତି। ବୈଠକରେ ଓଡ଼ିଶାରୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସମେତ ଅନ୍ୟ ସଦସ୍ୟ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରକାଶ ଥାଉ, ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦର ପବ୍ଲିକ୍ ଅଣ୍ଡରଟେକିଂ କମିଟିରେ ଲୋକସଭାରୁ ୧୫ ଓ ରାଜ୍ୟସଭାରୁ ୭ ଜଣ ସଦସ୍ୟ ରହିଛନ୍ତି। ଏହି କମିଟି ଗତ ଅଗଷ୍ଟ ୧୪ ତାରିଖରୁ ନିଜ କାର୍ଯ୍ୟ ଆରମ୍ଭ କରିଥିବାବେଳେ ଏପର୍ଯ୍ୟନ୍ତ ୬ଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠତ ହୋଇସାରିଲାଣି।

Advertisment
Bjp Baijayanta Panda Parliament Public Undertaking Committee