Advertisment

ଶ୍ରୀମନ୍ଦିରରେ ବୟସ୍କଙ୍କ ପାଇଁ ହେବ ସ୍ୱତନ୍ତ୍ର ଶେଡ୍‌

ଶ୍ରୀମନ୍ଦିରରେ ଦର୍ଶନ ଯନ୍ତ୍ରଣା ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି।

Puri Temple

Puri Temple

Advertisment

ଶ୍ରୀମନ୍ଦିରରେ ବୟସ୍କଙ୍କ ପାଇଁ ହେବ ସ୍ୱତନ୍ତ୍ର ଶେଡ୍। ନୂଆ ଲାଇନ୍ ହେବ, ପାଣିର ବ୍ୟବସ୍ଥା ମଧ୍ୟ ରହିବ। ଶ୍ରୀମନ୍ଦିରରେ ଦର୍ଶନ ଯନ୍ତ୍ରଣା ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି। ଆଜିଠାରୁ ନୀତି ତ୍ୱରାନ୍ୱୀତ ବ୍ୟବସ୍ଥା କରାଯିବ। ଶୃଙ୍ଖଳିତ ଦର୍ଶନ ପାଇଁ ଅଧିକ ସ୍ୱେଚ୍ଛାସେବୀ ନିୟୋଜିତ କରାଯିବ। ଦର୍ଶନ ପାଇଁ ଆସୁଥିବା ସବୁ ଭକ୍ତଙ୍କ ପ୍ରତି ପ୍ରଶାସନର ସମବେଦନା ରହିଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।

Advertisment

ଗତକାଲି ଶ୍ରୀମନ୍ଦିର ପ୍ରଶାସନର ବୈଠକ ପରେ ଆଜି ସକାଳୁ ନୀତିକାନ୍ତି ସଅଳ ହୋଇଛି। ଶ୍ରୀମନ୍ଦିରରେ ବୟସ୍କଙ୍କ ପାଇଁ ସିଂହଦ୍ୱାର ସମ୍ମୁଖରେ ସ୍ୱତନ୍ତ୍ର ଶେଡ୍ ଓ ବସିବା ପାଇଁ ଚେୟାର ପଡ଼ିଛି। ସେହିପରି ପଞ୍ଚୁକ ପାଞ୍ଚ ଦିନ ଭିଡ଼ ପରିଚାଳନା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚକୋଟ ଛକ ଯାଏଁ ବ୍ୟାରିକେଡ୍‌ ବଢାଯିବ। ସେଥିପାଇଁ ମରିଚକୋଟ ଛକ ଯାଏଁ ଉଠା ଦୋକାନ ଓ ମାର୍କେଟ ଛକରୁ ଗାଡି ଚଳାଚଳ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ବରିଷ୍ଠ ଏବଂ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ୩ ସିଫ୍ଟରେ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ସ୍ୱେଚ୍ଚାସେବୀମାନେ ସେମାନଙ୍କୁ ନେଇ ଶୃଙ୍ଗଳିତ ଦର୍ଶନ କରାଇ ଆଣିବେ। ବଡ଼ଦାଣ୍ଡର ଦୁଇ କଡ଼ରେ ଅସ୍ଥାୟୀ ଶୌଚାଳୟ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି।

ଗତ କିଛି ଦିନ ଧରି ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସି ଭକ୍ତ ହଇରାଣ ହୋଇଥିବା ଖବର ଓଟିଭିରେ ପ୍ରସାରଣ ହୋଇଥିଲା। ଅନେକ ସଂଖ୍ୟାରେ ବୟସ୍କ ଭକ୍ତ ବ୍ୟାରିକେଡ୍ ଭିଡ଼ ଭିତରେ ନାକେଦମ୍ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

Advertisment

ଅନ୍ୟପଟେ ଲୋକଙ୍କ ସୁବିଧା ଦୃଷ୍ଟିରୁ ଯାହା ହେବା କଥା କରାଯାଉ। ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଓ ବ୍ୟାରିକେଡରେ ହଇରାଣ ହେବା ଘଟଣା ସାମ୍ନାକୁ ଆସିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ନେଇ ଆଜି ଗଣମାଧ୍ୟମ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଭକ୍ତଙ୍କ ସୁବିଧା ପାଇଁ ଯାହା ହେବା କଥା ସେ ସବୁ କରାଯାଉ ବୋଲି ସେ କହିଛନ୍ତି।

Puri Shreemandir Puri Temple Devotees
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe