Advertisment

ଶ୍ରୀକ୍ଷେତ୍ରରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍‌

ପୁରୀର ବହୁ ପ୍ରତିକ୍ଷୀତ ସିଦ୍ଧମହାବୀର ରେଳ ଓଭରବ୍ରିଜ୍‌ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି। ଶରଧାବାଲିରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍‌ ଗଡକରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Train

Train

ଶ୍ରୀକ୍ଷେତ୍ରରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍‌। ଜୁଲାଇ- ଅଗଷ୍ଟ ମାସରେ ଏହି ଟ୍ରେନ୍‌ ଶୁଭାରମ୍ଭ ହେବ। ଏହାଛଡ଼ା ବହୁ ପ୍ରତିକ୍ଷୀତ ପୁରୀ-କୋଣାର୍କ ମଧ୍ୟରେ ଶୀଘ୍ର ଟ୍ରେନ୍‌ ଚଳାଚଳ କରିବ। ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Advertisment

ପୁରୀର ବହୁ ପ୍ରତିକ୍ଷୀତ ସିଦ୍ଧମହାବୀର ରେଳ ଓଭରବ୍ରିଜ୍‌ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି। ଶରଧାବାଲିରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍‌ ଗଡକରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଲେ। ଉତ୍ସବରେ ଅନ୍ୟ ଅତିଥିଭାବେ କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ଜାତୀୟ ରାଜପଥ ଓ ସଡ଼କ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ସମଗ୍ର ଦେଶରେ ୬୬୦୦ କୋଟି ଟଙ୍କା ବ୍ୟୟରେ ୨୮ଟି ଜାତୀୟ ରାଜପଥ ପାଇଁ ଭୂମିପୂଜା ଓ ଲୋକାର୍ପଣ ଉତ୍ସବ ହେଉଛି। ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍‌ ଗଡକରୀ ଓଡ଼ିଶା ପାଇଁ ଖୁସି ଖବର ଦେଇଛନ୍ତି। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକର ସାତପଡ଼ାରୁ ଜନ୍ନି କୁଦାକୁ ସଂଯୋଗୀକରଣ ପାଇଁ ୬ କିଲୋମିଟର ରାସ୍ତା ନିର୍ମାଣ କରାଯିବ। ଏନେଇ ଆଜି ନୀତିନ ଗଡକରୀ ଘୋଷଣା କରିଛନ୍ତି।

Advertisment

ସମଗ୍ର ଦେଶରେ ୬୬୦୦ କୋଟି ବ୍ୟୟରେ ୨୮ଟି ଜାତୀୟ ରାଜପଥ ପାଇଁ ଭୂମିପୂଜା ଓ ଲୋକାର୍ପଣ ଉତ୍ସବ କରାଯାଉଛି। ଏହା ମଧ୍ୟରେ ୨୮୦୫ କୋଟି ଟଙ୍କା ବ୍ୟୟରେ ୧୮୬ କିଲୋମିଟର ଲମ୍ବ ବିଶିଷ୍ଟ ୨ଟି ଜାତୀୟ ରାଜପଥ ଓ ୩୮୨୮ କୋଟି ଟଙ୍କା ବ୍ୟୟରେ ୨୪୩ କିଲୋମିଟର ଲମ୍ବ ବିଶିଷ୍ଟ ୨୬ଟି ଜାତୀୟ ରାଜପଥ ରହିଛି। ଦୀର୍ଘ ଦିନ ଧରି ସାତପଡ଼ା- ଜହ୍ନିକୁଦା ସଂଯୋଗ ପାଇଁ ଦାବି ହୋଇଆସୁଥିଲା। ବ୍ରହ୍ମଗିରି ବିଜେପି ନେତ୍ରୀ ଉପାସନା ମହାପାତ୍ର ମଧ୍ୟ ବାରମ୍ବାର ଦାବି କରିଆସୁଥିଲେ। ଉଭୟ ପାର୍ଶ୍ଵରେ ୨.୫ କିମି ବ୍ରିଜ୍‌ ସହ ୨.୫ କିମି ରାସ୍ତା ନିର୍ମାଣ ନେଇ ଆଜି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ଭିସି ଯୋଗେ ଘୋଷଣା କରିଛନ୍ତି।

ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୭୭୫୩ କି.ମି ଜାତୀୟ ରାଜପଥ ନିର୍ମାଣ ସରିଛି। ୬୨୫୩ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ରିଂ ରୋଡ୍‌ ତିଆରି ହେବ। ମୋଟ ୧୧୧ କିମି ରିଙ୍ଗ ରୋଡ୍‌ ତିଆରି ହେବ। ଏଥିସହ ତିନୋଟି ଇକୋନୋମିକ କରିଡ଼ର ନିର୍ମାଣ କରାଯିବ। ଏଥିପାଇଁ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୪-୨୫ ସୁଦ୍ଧା ୩୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୩୧୬ ନମ୍ବର ଜାତୀୟ ରାଜପଥରେ ଥିବା ସିଦ୍ଧ ମହାବୀର ରେଳ ଓଭର୍ ବ୍ରିଜ ପାଇଁ ୧୩୭.୬୧ କୋଟି ଟଙ୍କା ଆର୍ଥିକ ଅନୁଦାନ ହୋଇଛି। ସେହିପରି ଓଡ଼ିଶାରେ ନୟାଗଡ଼ ଟାଉନ ବାଇପାସ ପାଇଁ ୩୦୦.୩୩ କୋଟି, କନ୍ଦରପୁର- ବାଲିକୁଦା ସେକ୍ସନ ପାଇଁ ୪୯୯.୭୯ କୋଟି, ବାଲିକୁଦା - ମୂଳାକଣି ପାଇଁ ୫୧୧.୫୪ କୋଟି, ରାୟଗଡ଼ା ବାଇପାସ ପାଇଁ ୩୨୩.୭୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

Bjp Puri