Advertisment

ପୁରୀ ବାଣ ବିସ୍ଫୋରଣ ଘଟଣା: ଗଲାଣି ୧୩ ଜଣଙ୍କ ଜୀବନ

ବ୍ରହ୍ମଗିରି ଅରଖକୁଦାର ଶଙ୍କର ବେହେରାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯାଇଛି। ଏବେ ବି ବିଭିନ୍ନ ହସ୍ପିଟାଲରେ ୧୭ଜଣ ଚିକିତ୍ସିତ ହେଉଛନ୍ତି।

author-image
Biswajit Samal
Puri

Puri

ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କର ମୃତ୍ୟୁ। ସରକାରୀ ଭାବେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏବେ ବି ୧୭ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୃତକଙ୍କ ମଧ୍ୟରେ ଖଣ୍ଡିଆବନ୍ଧ ସାହିର ଗୋଟିଏ ପରିବାରର ୪ଜଣ ଅଛନ୍ତି। ଶନିବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଖଣ୍ଡିଆବନ୍ଧ ବାରବାଟୀର ୬ ବର୍ଷୀୟା ଝିଅ ପ୍ରତୀକ୍ଷା ସାହୁଙ୍କର ମୃତ୍ୟୁ ଘଟିଛି। ତା ପୂର୍ବଦିନ ତାଙ୍କ ବାପା ହେମନ୍ତ ସାହୁ ଆଖି ବୁଜିଥିଲେ। ସେହିପରି ତାପୂର୍ବରୁ ସେହି ପରିବାରର ଆଉ ଜଣେ କୁନିଝିଅ ସମୃଦ୍ଧିଙ୍କ ବାପା ପ୍ରଶାନ୍ତ ସାହୁ ମଧ୍ୟ ଆଖି ବୁଜିଥିଲେ।

Advertisment

ଏଥିସହ ବ୍ରହ୍ମଗିରି ଅରଖକୁଦାର ଶଙ୍କର ବେହେରାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯାଇଛି। ଏବେ ବି ବିଭିନ୍ନ ହସ୍ପିଟାଲରେ ୧୭ଜଣ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଭିତରୁ କିଛି ଜଣଙ୍କ ୯୦ ରୁ ୯୫ ପ୍ରତିଶତ ଶରୀର ପୋଡ଼ିଯାଇଥିବାରୁ, ସେମାନେ ଗୁରୁତର ଅଛନ୍ତି। ସେମାନଙ୍କୁ ଚିହ୍ନି ହେଉନଥିବାରୁ, ପରିଚୟ ଜାଣିବାକୁ ଡିଏନଏ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଥିବା ସୂଚନା ମିଳିଛି।

ଗତ ୨୯ ତାରିଖରେ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ବେଳେ ଘଟିଥିବା ଏହି ଭୟଙ୍କର ବାଣ ବିସ୍ଫୋରଣ ଘଟିଥିଲା। ସେପଟେ ଆସନ୍ତା ୫ ତାରିଖରେ ପୁରୀର ସ୍ପେଶାଲ ସର୍କିଟ୍ ହାଉସରେ ଏହାର ତଦନ୍ତ କରିବେ SRC। ଜୁନ୍ ୫ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହି ତଦନ୍ତ ଚାଲିବ ବୋଲି ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର। ଏହି ସମୟରେ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଏସପି, ଆସିଷ୍ଟାଣ୍ଟ ଫାୟାର୍ ଅଫିସର, ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟ ଆଗ୍ରହୀ ବ୍ୟକ୍ତିଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।

Advertisment

ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପୁଲିସ ତଦନ୍ତ ଚଳାଇଛି। ଆସନ୍ତା ୫ ତାରିଖରେ ପୁରୀର ସ୍ପେଶାଲ ସର୍କିଟ୍ ହାଉସରେ ଘଟଣାର ତଦନ୍ତ କରିବେ SRC। ଜୁନ୍ ୫ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ଯାଏ ଏହି ତଦନ୍ତ ଚାଲିବ। ଏହି ସମୟରେ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଏସପି, ଆସିଷ୍ଟାଣ୍ଟ ଫାୟାର୍ ଅଫିସର, ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟ ଆଗ୍ରହୀ ବ୍ୟକ୍ତିଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି। 

Puri