Advertisment

ନ୍ୟୁୟର୍କରେ ପୁରୀର ପଟ୍ଟଚିତ୍ର

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ଥନେନି ହରିଶଙ୍କୁ ଧନ୍ୟବାଦ୍ ଜ୍ଞାପନ କଲେ ପୁରୀ ସାଂସଦ ସମ୍ବିତ ପାତ୍ର ।

ଅଦ୍ୟତନ ହୋଇଛି
Puri Pattachitra

Puri Pattachitra

Advertisment

ପୁରୀର ଐତିହ୍ୟ ଓ କଳା ବିଶ୍ୱ ଦରବାରରେ ନିଜର ସ୍ଥାନ ସୃଷ୍ଟି କରିପାରିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଶ୍ରୀ ପାର୍ଥନେନି ହରିଶଙ୍କ ନ୍ୟୁୟର୍କ ସ୍ଥିତ ବାସଭବନରେ ପୁରୀର ବିଶ୍ୱ ପ୍ରସିଦ୍ଧ ପଟ୍ଟଚିତ୍ରକୁ ସମ୍ମାନଜନକ ସ୍ଥାନ ଦିଆଯାଇଛି ।

Advertisment

ଏହି ପଟ୍ଟଚିତ୍ର ଗୁଡ଼ିକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳା ଓ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ପ୍ରତିଫଳିତ କରୁଛି। ଶ୍ରୀ ହରିଶଙ୍କ ନିଜ ବାସଭବନରେ ଏହି ଅମୂଲ୍ୟ କଳାକୃତିକୁ ସ୍ଥାନ ଦେଇ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

ପୁରୀ ସାଂସଦ ସମ୍ବିତ ପାତ୍ର ଭାରତୀୟ ସଂସଦର ପ୍ରତିନିଧି ମଣ୍ଡଳର ସଦସ୍ୟ ଭାବେ ନ୍ୟୁୟର୍କ ପ୍ରବାସ ସମୟରେ ହରିଶଙ୍କ ବାସଭବନରେ ଆୟୋଜିତ ରାତ୍ରି ଭୋଜନ ସମାରୋହରେ ଯୋଗ ଦେଇଥିଲେ । ଏହି ସମୟରେ ସେ ତାଙ୍କୁ ଜଗନ୍ନାଥ୍ ସଂସ୍କୃତିର ପ୍ରଚାର ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।

Advertisment

ଏହି ସମୟରେ ସମ୍ବିତ ପାତ୍ର ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଆମର ପଟ୍ଟଚିତ୍ର ଶିଳ୍ପ ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶାର ଗୌରବମୟ ପରମ୍ପରାକୁ ବହନ କରି ଆସିଛି। ଆଜି ଏହା ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପାଇବା ଆମ ପାଇଁ ଗର୍ବ ଓ ସମ୍ମାନର ବିଷୟ। ଏହି ଅବସରରେ ମୁଁ ଶ୍ରୀ ହରିଶଙ୍କୁ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପାଇଁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି।

ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ସର୍ବଦା ଭାରତକୁ ଗୌରବାନ୍ୱିତ କରି ଆସିଛି। ଆମେ ଆଶା କରୁଛୁ ଯେ ଏହି ପ୍ରୟାସ ଆମର ସାଂସ୍କୃତିକ ସମ୍ପଦର ବ୍ୟାପକ ପ୍ରଚାର ପ୍ରସାରରେ ସହାୟକ ହେବ ବୋଲି ସେ କହିଥିଲେ । 

Odisha Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe