Advertisment

୨୦ ମିନିଟ ପାଇଁ ଅନ୍ଧାର ହୋଇଗଲା ଶ୍ରୀମନ୍ଦିର!

ସନ୍ଧ୍ୟାରେ ହଠାତ୍ ବିଜୁଳି ଚାଲିଯିବାରୁ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ବିଜୁଳି କଟିବା ପରେ ପାୱାର ବ୍ୟାକଅପ୍ ଫେଲ ମାରିଥିଲା।

Puri

Puri

Advertisment

ପୁରୀ ଶ୍ରୀମନ୍ଦିରରେ ଆଜି ସନ୍ଧ୍ୟାରେ ପ୍ରବଳ ଭିଡ଼ ହୋଇଥାଏ। ଲୋକମାନେ ମନ୍ଦିର ଭିତରକୁ ଯାଉଥିଲେ। ଶ୍ରଦ୍ଧାଳୁମାନେ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ। ହଠାତ୍‌ ପୂରା ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା। ଲୋକମାନେ ପୂରା ଭୟଭୀତ ହୋଇପଡ଼ିଥିଲେ। ପୂରା ୧୫ରୁ ୨୦ ମିନିଟ୍‌ ଯାଏ ପୂରା ଶ୍ରୀମନ୍ଦିର ଅନ୍ଧାର ଭିତରେ ରହିଥିଲା।

Advertisment

ସନ୍ଧ୍ୟାରେ ହଠାତ୍ ବିଜୁଳି ଚାଲିଯିବାରୁ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ବିଜୁଳି କଟିବା ପରେ ପାୱାର ବ୍ୟାକଅପ୍ ଫେଲ ମାରିଥିଲା। ତେବେ ମିନି ଇନଭର୍ଟରରେ ଆଲୋକିତ ରହିଥିଲା ଶ୍ରୀମନ୍ଦିରର କିଛି ଅଞ୍ଚଳ। କିନ୍ତୁ ବାକି ଅଞ୍ଚଳଗୁଡ଼ିକରେ ପ୍ରାୟ ୨୦ ମିନିଟ୍ ଧରି ଅନ୍ଧକାର ଭିତରେ ଯାତାୟାତ କରିଥିଲେ ଶ୍ରଦ୍ଧାଳୁ।

ବିଜୁଳି କଟିଯିବାରୁ ଶ୍ରୀମନ୍ଦିର ବାହାର ଠାରୁ ଭିତର ପର୍ଯ୍ୟନ୍ତ ଅନ୍ଧକାର ହୋଇଯାଇଥିଲା। ଶ୍ରୀମନ୍ଦିରର ସିଂହଦ୍ୱାର ଗୁମୁଟ ଠାରୁ ବାଇଶି ପାହାଚ ଓ ଭିତର ଗୁମୁଟ ପୂରା ଅନ୍ଧାର ଭିତରେ ରହିଥିଲା। ଅନ୍ଧାକାର ଭିତରେ ଭକ୍ତମାନେ ଭିତରକୁ ଯାଇଥିଲେ। ବନକ ଲାଗି ଦର୍ଶନ ବନ୍ଦ ରହିଥିବାରୁ ଭକ୍ତମାନେ ପାର୍ଶ୍ୱ ଦେବଦେବୀଙ୍କ ଦର୍ଶନ ଫେରୁଥିଲେ। ଏହି ସମୟରେ ଏପରି ଘଟଣା ଘଟିଥିଲା।

Advertisment

୨୦ମିନିଟ ଧରି କିଛି ମିନି ଇନଭର୍ଟର ଲାଇଟ ଓ ଦୀପ ଲାଇଟରେ ଭକ୍ତ ମାନେ ଯାତାୟାତ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ପାୱାର ବ୍ୟାକ ଫେଲ ମାରିବା ଯୋଗୁ ବିଜୁଳି ଚାଲି ଯାଇଥିଲା। କିନ୍ତୁ ପଶ୍ଚମ ଦ୍ୱାରରେ ଲାଗିଥିବା ଇନଭର୍ଟର ଚାଲିବା କଥା। ଏହା ମଧ୍ୟ ଫେଲ ମାରିଥିଲା। ଫଳରେ ବିଦ୍ୟୁତ ବିନା ମନ୍ଦିର ଅନ୍ଧକାର ହୋଇଯାଇଥିଲା। ତେବେ ପାୱାର ଟ୍ରିପ୍ ଯୋଗୁ ସମସ୍ୟା ହୋଇଥିଲା ବୋଲି ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି।

Odisha Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe