Advertisment

ଆଜି ଆଗତ ହେବ ଶ୍ରୀମନ୍ଦିର ବଜେଟ୍, ଭକ୍ତ କିଣି ପାରିବେ ଗୋଲ୍ଡ ବଣ୍ଡ

ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ମିଟିଂରେ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ଅଟକଳ ଆଗତ କରାଯିବ।

author-image
Niharika Rout
Meeting

Meeting

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ମିଟିଂରେ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ଅଟକଳ ଆଗତ କରାଯିବ।

Advertisment

ତାପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିଲା ଅର୍ଥ ସବ୍- କମିଟି ବୈଠକ l ଏଥର ଶ୍ରୀମନ୍ଦିର ପାଇଁ ୩୮୬ କୋଟି ଟଙ୍କାର ବଜେଟ୍ ସ୍ଥିର ହୋଇଛି। ତା’ସହ ଆଗାମୀ ଦିନରେ ଭକ୍ତମାନେ ଯେପରି ଗୋଲ୍ଡ ବଣ୍ଡ କିଣି ପାରିବେ ସେ ନେଇ ବି ବ୍ୟବସ୍ଥା କରିବାକୁ ଆଜି ପରିଚାଳନା କମିଟି ବୈଠକରେ ଆଲୋଚନା ହେବ।

ଏଥିସହ ମହାପ୍ରଭୁଙ୍କ ପାଇଁ ନୂଆ ଅଳଙ୍କାର ସେଟ୍ ତିଆରି କଥା ଉଠିବ। ଏହାଛଡ଼ା ରତ୍ନଭଣ୍ଡାର ମୁଖ୍ୟ ଦ୍ୱାର ରୂପାରେ ତିଆରି କରିବା, ପ୍ରତି ଜିଲ୍ଲାର ସଦର ମହକୁମାରେ ହୁଣ୍ଡି ସ୍ଥାପନ ନେଇ ଆଲୋଚନା ହେବ। ତାସହ ଗତ ରଥଯାତ୍ରାବେଳେ ଆଡପ ପହଣ୍ଡି ବିଭ୍ରାଟ ଘଟଣାରେ ୩ ଜଣିଆ ତଦନ୍ତ କମିଟି ଦେଇଥିବା ରିପୋର୍ଟ ବି ଆଜି ମ୍ୟାନେଜିଂ କମିଟିରେ ଉପସ୍ଥାପନ କରାଯିବ l

Advertisment
Puri Shreemandir