କେନାଲରେ ଫିଙ୍ଗା ଚାଲିଛି ବସ୍ତା ବସ୍ତା ଚାଉଳ। ଦିନ ଦିପହରେ ବେଧଡକ ଚାଲିଛି ଚାଉଳ ଫୋପଡା। ବସ୍ତା ଚିରି ପାଣିରେ ଚାଉଳ ବୁହାଉଛନ୍ତି କିଛି ଶ୍ରମିକ। ଟ୍ରକରୁ ଗୋଟିଏ ପରେ ଗୋଟିଏ ବସ୍ତା ଓହ୍ଲାଯାଉଛି, ପରେ ତାକୁ କେନାଲରେ ଫୋପଡାଯାଉଛି । ତେବେ ଏ ଚାଉଳ କେଉଁଠୁ ଆସିଲା ? ପାଣିରେ ଫୋପାଡିବାକୁ କିଏ କହିଲା ? କେତେ ପରିମାଣର ଚାଉଳ ନଷ୍ଟ କରାଗଲା ?