Advertisment

ଆଜି ଓଟିଭି ଫୋରସାଇଟ୍-୨୦୨୪

ଓଟିଭି ଫୋରସାଇଟ୍-୨୦୨୪ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଆସାମର ଚର୍ଚ୍ଚିତ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।

author-image
Tapaswini Nayak
Foresight

Foresight

ଆଜି ଓଟିଭି ଫୋରସାଇଟ୍-୨୦୨୪। ରାଜନୀତିରୁ ଅର୍ଥନୀତି, ସାମ୍ବିଦକତାରୁ ମହିଳା ସଂଶକ୍ତିକରଣ, ଗ୍ରାମୀଣ ଭାରତର ବିକାଶଠୁ ଓଡ଼ିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ହେବ ଚିନ୍ତନ ଓ ମାନସ ମଥନ।

Advertisment

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଆସାମର ଚର୍ଚ୍ଚିତ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ, ମହାରାଷ୍ଟ୍ରର ପପୁଲାର୍ ମହିଳା ସାଂସଦ ପ୍ରୀୟଙ୍କା ଚର୍ତୁବେଦୀ, TV 9 ନେଟୱର୍କର ସିଇଓ ଏବଂ ଏମଡି ବରୁଣ ଦାସ ପ୍ରମୁଖ ସାମିଲ ହେବେ।

ଏହାସହ ସ୍ୱତନ୍ତ୍ର ଭାବେ ଯୋଗଗୁରୁ ବାବା ରାମଦେବ ବି ଆଜିର କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମ ସେସନରେ ବିକାଶିତ ଭାରତର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ।

Advertisment

ଏହାପରେ ‘ଗ୍ରାମୀଣ ଭାରତର ଅର୍ଥନୀତିରେ ସ୍ୱଦେଶୀର ଯୋଗଦାନ’ ଶୀର୍ଷକ ଆଲୋଚନାରେ ବାବାରାମଦେବ ନିଜ ମତ ବ୍ୟକ୍ତ କରିବେ। ଏହା ପରେ ପରେ ‘ଖବରର ଭବିଷ୍ୟତ’, ‘ଗଣମାଧ୍ୟମର ଭୂମିକା’, ମୋଦି ବନାମ୍ ‘I.N.D.I.A’ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ।୨୦୧୦ ମସିହାରୁ ଜାତୀୟ ଓ ରାଜ୍ୟସ୍ତରୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆୟୋଜିତହୋଇଆସୁଛି ଓଟିଭି ଫୋରସାଇଟ୍।

Otv Foresight