Advertisment

ପାଠଶାଳାରେ ନୂଆ ବିଦ୍ୟାର୍ଥୀ: ରାଧିକା ଓ ଜଗୁ

ଗୋଠ ଛଡା ହେଉ ବା ଶିଶୁ ହାତୀକୁ ତାଲିମ ଦେବା ପାଇଁ କୁମାରଖୁଣ୍ଟିରେ ରହିଛି ପାଠଶାଳା। ଆସାମରୁ ଆସିଥିବା ମାହୁନ୍ତ ଓ ବିଶେଷଜ୍ଞମାନେ ହାତୀଙ୍କୁ ପାଠ ପଢ଼ାଉଛନ୍ତି।

ଅଦ୍ୟତନ ହୋଇଛି
Elephant

Elephant

Advertisment

ପାଠଶାଳାରେ ଦୁଇ ବିଦ୍ୟାର୍ଥୀ। ନୂଆ ଛାତ୍ର। ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିରେ ଥିବା ହସ୍ତୀ ପାଠଶାଳାକୁ ଏହି ଦୁଇ ବିଦ୍ୟାର୍ଥି କଳାହାଣ୍ଡି ଓ କେନ୍ଦୁଝରରୁ ଆସିଛନ୍ତି। ଭବାନୀପାଟଣାରୁ ଆସିଥିବା ୪ ମାସର ‘ରାଧିକା’ ମାଆ ଛେଉଣ୍ଡ ହୋଇଥିବା ବେଳେ କେନ୍ଦୁଝରରୁ ଆସିଥିବା ୩ ମାସର ‘ଜଗୁ’ ଗୋଠ ଛଡ଼ା ହୋଇଥିଲେ। ଏହାପୂର୍ବରୁ ବାଲ ହସ୍ତୀ ପାଠଶାଳାରେ ଜଗା ନାମକ ଏକ ଛୋଟ ହାତୀ ଥିବା ବେଳେ ଗୋଡ଼ିବାରୀ ପାଠଶାଳାର ମୋଟ ହାତୀଙ୍କ ସଂଖ୍ୟା ୮ରେ ପହଞ୍ଚିଛି।

Advertisment

ଗୋଠ ଛଡା ହେଉ ବା ଶିଶୁ ହାତୀକୁ ତାଲିମ ଦେବା ପାଇଁ କୁମାରଖୁଣ୍ଟିରେ ରହିଛି ପାଠଶାଳା। ଆସାମରୁ ଆସିଥିବା ମାହୁନ୍ତ ଓ ବିଶେଷଜ୍ଞମାନେ ହାତୀଙ୍କୁ ପାଠ ପଢ଼ାଉଛନ୍ତି। ସେଠାରେ ହାତୀମାନେ ମନଦେଇ ପାଠ ପଢ଼ୁଛନ୍ତି। ମାହୁନ୍ତଙ୍କ ସବୁ ନିର୍ଦ୍ଦେଶକୁ ପାଳନ କରୁଛନ୍ତି। ହାତୀମାନେ ସକାଳୁ ଉଠି ପ୍ରାତଃ ଭ୍ରମଣ କରୁଛନ୍ତି। ଫୁଲ୍‌ବଲ ଖେଳୁଛନ୍ତି ଓ ବ୍ୟାୟାମ୍‌ କରୁଛନ୍ତି। ସେଥିପାଇଁ ସେମାନଙ୍କୁ ଆଉ ପୂର୍ବ ପରି ଚେନ୍‌ରେ ବାନ୍ଧି ରଖିବାକୁ ପଡ଼ୁନାହିଁ।

ତେବେ ମନରେ ପ୍ରଶ୍ନ ଉଠୁଥିବ ପାଠଶାଳାରେ ତାଲିମ ନେଉଥିବା ହାତୀଙ୍କ ଦୈନିକ ଜୀବନଚର୍ଯ୍ୟା କ’ଣ? ବନ ବିଭାଗର ସୂଚନା ଅନୁସାରେ ସକାଳ ୬ଟାରେ ହାତୀ ଶାଳାରୁ ହାତୀମାନେ ବାହାରନ୍ତି। ମଣିଷଙ୍କ ପରି ସେମାନେ ଜଙ୍ଗଲ ଭିତରେ ୩ କିମି ମର୍ଣ୍ଣିଂୱାକ କରନ୍ତି। ବିନା ଚେନ୍‌ରେ ସେମାନେ ଚାଲନ୍ତି। ସାଙ୍ଗରେ ମହୁନ୍ତମାନେ ଯାହାନ୍ତି। ମର୍ଣ୍ଣିଂୱାକ୍‌ କରିବା ପରେ ସେମାନେ ହାତୀ ଶାଳାକୁ ଫେରନ୍ତି। ସେଠାରେ ଅଧ ଘଣ୍ଟାଏ ବିଶ୍ରାମ ନିଅନ୍ତି। ବ୍ରେକ୍‌ଫାଷ୍ଟରେ ସେମାନଙ୍କୁ କଦଳୀ, ନଡ଼ିଆ, କଦଳୀ ଗଛ, ବତୁରା ହୋଇଥିବା ଗହମ ଖାଇବାକୁ ଦିଆଯାଇଥାଏ।

Advertisment

ବ୍ରାକ୍‌ଫାଷ୍ଟ ଖାଇବା ପରେ ହାତୀମାନେ ଅଧ ଘଣ୍ଟାଏ ବିଶ୍ରାମ ନିଅନ୍ତି। ତା’ପରେ ସେମାନେ ଜଙ୍ଗଲକୁ ଯାଆନ୍ତି। ଜଙ୍ଗଲରେ ୭ କିମି ପର୍ଯ୍ୟନ୍ତ ଯାହାନ୍ତି ଓ ଡାଳ ପତ୍ର ଖାଇ ଥାଆନ୍ତି। ସେମାନଙ୍କ ସହିତ ମାହାନ୍ତୁ, ସହକାରୀ ମାହୁନ୍ତ ଓ ବନ ବିଭାଗ କର୍ମଚାରୀମାନେ ଯାଇଥାଆନ୍ତି। ଅପରାହ୍ନ ପ୍ରାୟ ସାଢ଼େ ୧୨ରୁ ଗୋଟାଏ ବେଳେ ଫେରିଲା ବେଳେ କୁମ୍ଭାରଖୁଣ୍ଟି ଡ୍ୟାମ୍‌ରେ ଗାଧୋଇ ଥାଆନ୍ତି। ଖରାଦିନରେ ସେମାନେ ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ଗାଧୋଇ ଥାଆନ୍ତି।

Bhubaneswar Kalahandi Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe