Advertisment

ରାଧିକାଙ୍କୁ ମିଳିଲା ନିଯୁକ୍ତି: ଗୋଟିଏ ପଦବୀରେ ୨ ବରିଷ୍ଠ ଆଇପିଏସ୍‌

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ବି.ରାଧିକାଙ୍କୁ ଆଜି ପୁଲିସ ରିକ୍ରୁମେଂଟ ବୋର୍ଡ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି । ଏହି ପଦବୀ ସହ ରାଧିକାଙ୍କୁ ଓଡ଼ିଶା ରାଜ୍ୟ ଫୋରେନ୍ସିକ ସାଇନ୍ସ ଲାବ୍ରୋଟୋରୀ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ଅଦ୍ୟତନ ହୋଇଛି
undefined

Lokaseva Bhaban

Advertisment

କେନ୍ଦ୍ରୀୟ ଡେପୁଟେସନରୁ ଫେରି ନିଯୁକ୍ତି ଅପେକ୍ଷାରେ ଥିବା ୧୯୮୯ ବ୍ୟାଚ୍ ଆଇପିଏସ୍ ବି.ରାଧିକାଙ୍କୁ ଆଜି ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଆଉ ଏହି ନିଯୁକ୍ତି ସହ ଗୋଟିଏ ପଦବୀରେ ୨ଜଣ ବରିଷ୍ଠ ଆଇପିଏସଙ୍କୁ ଅବସ୍ଥାପିତ କରାଯାଇଛି । ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏଭଳି ଉଲ୍ଲେଖ ରହିଛି ।

Advertisment

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ବି.ରାଧିକାଙ୍କୁ ଆଜି ପୁଲିସ ରିକ୍ର‌୍ୟୁଟମେଂଟ ବୋର୍ଡ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି । ଏହି ପଦବୀ ସହ ରାଧିକାଙ୍କୁ ଓଡ଼ିଶା ରାଜ୍ୟ ଫୋରେନ୍ସିକ ସାଇନ୍ସ ଲାବ୍ରୋଟୋରୀ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହି ରାଜ୍ୟ ଫୋରେନ୍ସିକ ସାଇନ୍ସ ଲାବ୍ରୋଟୋରୀର ନିର୍ଦ୍ଦେଶକ ଭାବେ ଏବେ ୨୦୦୪ ଆଇପିଏସ୍ ଆଶୀଷ କୁମାର ସିଂ କାର୍ଯ୍ୟରତ ଅଛନ୍ତି ।

ରାଜ୍ୟ ସରକାରରେ ପାୱାରଫୁଲ ଆଇପିଏସ୍ ଭାବେ ଜଣାଶୁଣା ଶ୍ରୀ ସିଂ ଏବେ ସେଂଟ୍ରାଲ ରେଞ୍ଜ ଆଇଜି ଅଛନ୍ତି । ସେ ଅତିରିକ୍ତ ଭାବେ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲାବ୍ରୋଟୋରୀ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି । ଆଜି ସରକାର ପୁଣି ତାଙ୍କୁ ଓଡ଼ିଶା ରାଜ୍ୟ ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ସେ ନିଜର ପୂର୍ବ ଦାୟିତ୍ୱ ସହ ଏହି ନୂଆ ଦାୟିତ୍ୱ ତୁଲାଇବେ । ଆଉ ସେ ସିଇଓ ଭାବେ ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ(ସିଏମଡି)ଙ୍କୁ ରିପୋର୍ଟ କରିବେ ।

Advertisment

ସେହିପରି ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର (ଆଇଜି ପ୍ରଶିକ୍ଷଣ) ୨୦୦୧ ବ୍ୟାଚ୍ ଆଇପିଏସ୍ ସାଇନି.ଏସ୍‌ଙ୍କୁ ଅତିରିକ୍ତ ଦାୟିତ୍ତବ ଭାବେ ତାଙ୍କୁ କ୍ରାଇମ ଏଗନେଷ୍ଟ ୱିମେନ୍ ଆଣ୍ଡ ଚାଇଲ୍ଡ ୱିଙ୍ଗ( ସିଏଡବ୍ଲ୍ୟୁଆଣ୍ଡ ସିଡବ୍ଲ୍ୟୁ)ର ଆଇଜି ଦାୟିତ୍ୱ ନ୍ୟସ୍ତ ହୋଇଛି ।

ତେବେ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲାବ୍ରୋଟୋରୀର ନିର୍ଦ୍ଦେଶକ ଭାବେ ଆଇଜି ପାହ୍ୟାର ଆଇପିଏସ୍ ଶ୍ରୀ ସିଂ କାର୍ଯ୍ୟରତ ଥିବାବେଳେ ସେହି ଗୋଟିଏ ପଦବୀରେ ଡିଜି ପାହ୍ୟାର ରାଧିକା କିଭଳି କାର୍ଯ୍ୟ କରିବେ ତାହା ଜଣାପଡ଼ିନି । ମାତ୍ର ଗୃହ ବିଭାଗର

Letterବିଜ୍ଞପ୍ତି

ଏହି ଗୋଟିଏ ପଦବୀରେ ଉଭୟ ରାଧିକା ଓ ଶ୍ରୀ ସିଂଙ୍କୁ ନିଯୁକ୍ତି ଦେଇଛି ।

ଗୃହ ବିଭାଗ ପକ୍ଷରୁ ଏହି ବଦଳି ଓ ନିଯୁକ୍ତି ସଂକ୍ରାନ୍ତ ତଥ୍ୟକୁ ଓଡ଼ିଶା ଗେଜେଟରେ ପ୍ରକାଶ କରିବାକୁ ପ୍ରିଣ୍ଟିଂ ନିର୍ଦ୍ଦେଶକଙ୍କୁ ଅନୁରୋଧ କରାଯାଇଥିବା ସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ମଧ୍ୟ ଅବଗତ କରାଯାଇଛି ।

ସେହିପରି କ୍ରାଇମବ୍ରାଂଚ ଅତିରିକ୍ତ ଡିଜି ଅରୁଣ ବୋଥ୍ରା ୫ଦିନ ଛୁଟିରେ ଯିବାର ଥିବାରୁ କ୍ରାଇମବ୍ରାଂଚ ଆଇଜି ସଫିନ୍ ଅହମ୍ମଦ କେ.ଙ୍କୁ ଦାୟିତ୍ୱ ନ୍ୟସ୍ତ ମିଳିଛି । ଶ୍ରୀ ବୋଥ୍ରା ଡିସେମ୍ବର ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ କାରଣରୁ ଛୁଟିରେ ରହିବେ ବୋଲି ଜଣାପଡ଼ିଛି ।

Bhubaneswar Ips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe