Advertisment

ଧନ-ଜୀବନ ହାନୀ ରୋକିବାକୁ ହାତୀ ବେକରେ ବନ୍ଧାଯିବ ରେଡିଂ କଲାରିଂ

ପୂର୍ବରୁ ଥିବା ‘ଗଜସାଥୀ’ କାର୍ଯ୍ୟକ୍ରମ ସହ ଏଣିକି ଯୋଡ଼ି ହେବ ୩ଟି ନୂଆ କାର୍ଯ୍ୟକ୍ରମ। ତାହା ହେଲା ରେଡିଓ କଲାରିଂ, ସୋଲାର ପାୱାର ଫେନ୍ସିଂ, ହାଇମାସ୍କ ଲାଇଟ୍ ।

ଅଦ୍ୟତନ ହୋଇଛି
Radio collars

Radio collars

Advertisment

ହାତୀ-ମଣିଷ ଲଢ଼େଇରେ ଧନଜୀବନ ହାନୀ ରୋକିବାକୁ ସରକାର କରିବେ ପ୍ରୟାଶ। ଧନ ଜୀବନ ହାନୀ ରୋକିବାକୁ ବହୁସୂତ୍ରୀ ଫର୍ମୁଲା ଆପଣେଇବ ବନ ବିଭାଗ। ପୂର୍ବରୁ ଥିବା ‘ଗଜସାଥୀ’ କାର୍ଯ୍ୟକ୍ରମ ସହ ଏଣିକି ଯୋଡ଼ି ହେବ ୩ଟି ନୂଆ କାର୍ଯ୍ୟକ୍ରମ। ତାହା ହେଲା ରେଡିଓ କଲାରିଂ, ସୋଲାର ପାୱାର ଫେନ୍ସିଂ, ହାଇମାସ୍କ ଲାଇଟ୍ । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି। ଏହାଦ୍ୱାରା ଭବିଷ୍ୟତରେ ହାତୀ ଓ ମଣିଷ ଜୀବନ ରକ୍ଷା କରାଯାଇପାରିବର ଲକ୍ଷ୍ୟ ରଖିଛି ବୋଲି ବନ ବିଭାଗ ସୂଚନା ଦେଇଛି।

Advertisment

ପିସିସିଏଫ୍‌ କହିଛନ୍ତି, ଧନ-ଜୀବନ ସୁରକ୍ଷା ପାଇଁ ଜଙ୍ଗଲୀ ହାତୀ ବେକରେ ଲାଗିବ ରେଡିଓ କଲାର। ଏଥିଲାଗି ବାଙ୍ଗାଲୋରର ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସର ଏସିଆନ ନେଚର କଞ୍ଜରଭେସନ ଫାଉଣ୍ଡେସନ ସହ ଚୁକ୍ତି ସ୍ୱାକ୍ଷର କରିଛି ବନ ବିଭାଗ। ପ୍ରାରମ୍ଭିକ ଭାବେ ପାଇଲଟ ପ୍ରକଳ୍ପ ଆଧାରରେ ୩ଟି ହାତୀ ବେକରେ ଲାଗିବ ରେଡିଓ କଲାର। ଫଳରେ ହାତୀ ଦଳର ଚଳ ପ୍ରଚଳ ନେଇ ରିଅଲ ଟାଇମ ତଥ୍ୟ ହାସଲ ହୋଇପାରିବ । ଯଦି ସେମାନେ ନିଜ କରିଡ଼ରରୁ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଟ୍ରାକ କରି ବାଟକୁ ଅଣାଯିବ ଓ ହାତୀଙ୍କ ଗତିବିଧି ନେଇ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇପାରିବ। ପୂର୍ବରୁ ଏହା କର୍ଣ୍ଣାଟକ, ତାମିଲନାଡୁରେ ପ୍ରମାଣିତ ହୋଇସାରିଛି। ରାଜ୍ୟରେ ପାଇଲଟ ପ୍ରକଳ୍ପ ଆଧାରରେ ଏହା ସଫଳ ହେଲେ ଏହାକୁ ଅନ୍ୟ ହାତୀପଲକୁ ସମ୍ପ୍ରସାରଣ କରାଯିବ।

ପ୍ରାରମ୍ଭିକ ଭାବେ ୫୦୦ ଗ୍ରାମରେ ଆରମ୍ଭ ହୋଇଥିବା ‘ଗଜସାଥୀ’ ସଚେତନତା କାର୍ଯ୍ୟକ୍ରମ ଗତ ବର୍ଷ ୧୨ ଶହ ଗ୍ରାମକୁ ବିସ୍ତାରିତ ହେଉଛି। ଚଳିତ ବର୍ଷ ଗଜସାଥୀ କାର୍ଯ୍ୟକ୍ରମ ୨ ହଜାର ଗ୍ରାମକୁ ସମ୍ପ୍ରସାରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତି ଗ୍ରାମରେ ଗ୍ରାମ୍ୟ କମିଟି ଦ୍ୱାରା ଚୟନ ୫ ଜଣ ସ୍ୱେଚ୍ଛାସେବୀକୁ ଗଜ ସାଥୀ ଭାବେ ନିୟୋଜନ କରାଯାଉଛି। ଗତ ବର୍ଷ ପାଇଲଟ ପ୍ରକଳ୍ପ ଆଧାରରେ ଆରମ୍ଭ ହୋଇଛି ଏହି ସ୍କିମ୍ । ହାତୀ ପ୍ରବଣ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ପିପିପି ମୋଡରେ କରାଯାଉଛି।

Advertisment

ଏହି କାର୍ଯ୍ୟକ୍ରମ ଅଧୀନରେ ସୋଲାର ପାୱାର ଫେନ୍ସିଂ କରାଯାଉଛି। ୯୦% ଅର୍ଥ ରାଜ୍ୟ ସରକାର ସବସିଡ ପ୍ରଦାନ କରିବେ, ବଳକା ୧୦% ଅର୍ଥ ଗ୍ରାମବାସୀ ଦେବେ। ଓରେଡା ଏମ୍ପାନେଲ ଭେଣ୍ଡରଙ୍କ ଦ୍ଵାରା ସୋଲାର ଫେନ୍ସିଂ ହେଉଛି। ସୋଲାର ପାୱାର ଫେନ୍ସିଂ ଅଞ୍ଚଳରେ ହାତୀ ପଶିବାକୁ ଚେଷ୍ଟା କଲେ ସେମାନଙ୍କୁ କରେଣ୍ଟ ଲାଗିବ, କିନ୍ତୁ ଏହାଦ୍ୱାରା କୌଣସି କ୍ଷତି ହେବନି ।

ଅଧିକ ହାତୀ ଉପଦ୍ରବ ହେଉଥିବା ଅନୁଗୁଳ ବନ୍ତଳା ପାଇଁ ସ୍ୱତନ୍ତ୍ର ପନ୍ଥା କରାଯିବ। ବନ୍ତଳାର ୪୩ ଗ୍ରାମରେ ହେବ ସୋଲାର ପାୱାର ଫେନ୍ସିଂ। ଏହାଛଡ଼ା ହାତୀ- ମଣିଷ ସାମ୍ନାସାମ୍ନି ହେବା ରୋକିବାକୁ ୪୩ ହାଇମାସ୍କ ଲାଇଟ୍ ବି ଲାଗିବ। 

ଏହାଛଡ଼ା ଓଡ଼ିଶାର ଏକ ଷ୍ଟାର୍ଟ ଅପ୍ ଜରିଆରେ ଏ ଅଞ୍ଚଳରେ ଲଗାଯିବ GSM ଆଧାରିତ ଅର୍ଲି ୱର୍ଣିଂ ସିଷ୍ଟମ । ଏହାଦ୍ୱାରା ଏହି ଅଞ୍ଚଳକୁ ହାତୀ ପଶିବା ନେଇ ଟ୍ରାକର ଜରିଆରେ ଖବର ମିଳିବା ମାତ୍ରେ ଅର୍ଲି ୱର୍ଣିଂ ସିଷ୍ଟମ ଅନ କରିବେ, ଯାହାଦ୍ଵାରା ସାଇରନ ବାଜିବା ସହ ରେଡ ଲାଇଟ୍ ଦେଖାଯିବ। ଫଳରେ ଉକ୍ତ ଅଞ୍ଚଳରେ ହାତୀ ଥିବା ନେଇ ଲୋକ ସତର୍କ ହୋଇଯିବେ। ଫଳରେ ଧନଜୀବନ ହାନୀ ରୋକି ହେବ ବୋଲି ପିସିସିଏଫ୍ କହିଛନ୍ତି।

Elephant Rescue Operation Elephant In Jungle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe