ରାଜଭବନରେ ରଘୁବର ଦାସ: ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି, ଆସନ୍ତାକାଲି ନେବେ ଶପଥ

ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୪୫ମିନିଟରେ ରାଜଭବନରେ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଶ୍ରୀ ଦାସ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

Naveen Patnaik

ରଘୁବର ଦାସଙ୍କୁ ସ୍ବାଗତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Monday, 30 October 2023
  • Updated: 30 October 2023, 08:43 PM IST

ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କୁ ଆଜି ରାଜଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରମିଳା ମଲ୍ଲିକ ସ୍ୱାଗତ କରିଛନ୍ତି । ଆସନ୍ତାକାଲି ଶ୍ରୀ ଦାସ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ । ରାଜଭବନର ଅଭିଷେକ ହଲରେ ଆସନ୍ତାକାଲି ଦିନ ୧୧ଟା ୪୫ମିନିଟରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁସାରେ, ଶ୍ରୀ ଦାସ ନିଜ ସମ୍ପର୍କୀୟ ଓ ପରିବାର ସଦସ୍ୟଙ୍କ ସହ ଟ୍ରେନ ଯୋଗେ ଆଜି ସକାଳେ ପୁରୀରେ ପହଂଚିବା ପରେ ସେଠାରେ ତାଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ପୁରୀ ଜିଲ୍ଲାପାଳ ଓ ଏସପି ସ୍ୱାଗତ କରିଥିଲେ । ପୁରୀ ରାଜଭବନରେ ବିଶ୍ରାମ କରିବା ପରେ ଶ୍ରୀ ଦାସ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ସିଂହଦ୍ୱାର ସମ୍ମୁଖରେ ତାଙ୍କୁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ୱାଗତ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀ ଦାସ ଭୁବନେଶ୍ୱର ରାଜଭବନ ଆସିଥିଲେ । ରାଜଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମେତ ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ସଚିବ ପ୍ରଦୀପ ଜେନା, ପୁଲିସ ଡିଜି ଏସ୍ କେ ବଂଶଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ସାକ୍ଷାତକାର ସମ୍ପର୍କିତ ଫଟୋକୁ ଶେୟାର କରିବା ସହ ରାଜ୍ୟ ତଥା ରାଜ୍ୟବାସୀର ନିରନ୍ତର ବିକାଶ ପାଇଁ ଶ୍ରୀ ଦାସଙ୍କ ସହ ମିଶି କାର୍ଯ୍ୟ କରିବେ ବୋଲି କହିଛନ୍ତି ।

Also Read

ଶ୍ରୀ ଦାସ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଓଡ଼ିଶାବାସୀଙ୍କ ସେବା କରିବାକୁ ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେକରୁଛି । ନିଷ୍ପେଷିତ ବର୍ଗର ଲୋକଙ୍କ ସେବା କରିବା ପାଇଁ ତାଙ୍କୁ ଶକ୍ତି ଦେବାକୁ ସେ ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି । ରାଜ୍ୟର ବିକାଶକୁ ସେ ସର୍ବୋଚ୍ଚ ପ୍ରାଥମିକତା ଦେବେ । ଓଡ଼ିଶାର ରାଜଭବନ ସର୍ବଦା ଲୋକଙ୍କ ପାଇଁ ଉନ୍ମୁକ୍ତ ରହିବ ବୋଲି ସେ କହିଛନ୍ତି ।

ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୪୫ମିନିଟରେ ରାଜଭବନରେ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଶ୍ରୀ ଦାସ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ରାଜଭବନର ଅଭିଷେକ ହଲରେ ଶ୍ରୀ ଦାସଙ୍କୁ ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଶ୍ରୀ ଦାସଙ୍କ ଏହି ଶପଥ ସମାରୋହରେ ଯୋଗ ଦେବାକୁ ଝାଡ଼ଖଣ୍ଡରୁ ପ୍ରାୟ ୭୦-୮୦ଜଣ ତାଙ୍କ ନିକଟ ସମ୍ପର୍କୀୟ ଓ ଶୁଭେଚ୍ଛୁ ଓଡ଼ିଶା ଆସିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଅକ୍ଟୋବର ୧୮ତାରିଖରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ରଘୁବର ଦାସ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story