Advertisment

ରାଇଘର ତହସିଲଦାରଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଝରଗାଁରେ ଅତିରିକ୍ତ ତହସିଲଦାର ଥିବା ସମୟରେ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହୋଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Tahasildar

Tahasildar

ଜାଲ୍ ଜମି ପଟ୍ଟା ପ୍ରଦାନ ମାମଲାରେ ନବରଙ୍ଗପୁର ଜିଲ୍ଲାର ରାଇଘର ତହସିଲଦାର ଚିନ୍ମୟ ସାଗରଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର।  ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମିଳିଛି ଏହି ସୂଚନା। 

Advertisment

ଚିନ୍ମୟ ନବରଙ୍ଗପୁର ଜିଲ୍ଲା ଝରିଗାଁ ଅତିରିକ୍ତ ତହସିଲଦାର ଥିବା ସମୟରେ କୁସୁମି ମୌଜାର ଧନମତି ପନକା ନାମକ ଜଣେ ମହିଳାଙ୍କୁ ଚଞ୍ଚକତା କରି ୬୪ ଡେସିମିଲ୍ କିସମର ଜାଗା ଜାଲ ପଟ୍ଟା ମାଧ୍ୟମରେ ପ୍ରଦାନ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ନବରଙ୍ଗପୁର ଜିଲ୍ଲାପାଳ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ମହିଳାଙ୍କୁ ଜାଲ ପଟ୍ଟା ଦିଆଯାଇଥିବା ଜଣାପଡ଼ିଥିଲା।  

ପରେ ଉକ୍ତ ୬୪ ଡେସିମିଲ୍ ଜାଗାକୁ ସରକାରୀ ଖାତାକୁ ଫେରାଇ ଆଣିବା ସହ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପରେ ରେକର୍ଡ କିପର ଦାୟିତ୍ୱରେ ଥିବା କନିଷ୍ଠ କିରାଣି ସଚିଦାନନ୍ଦ ରଥ ଏବଂ ଅମିନ ଦେବେନ୍ଦ୍ର ବେସ୍ରାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା। ଆଉ ଏବେ ପୂର୍ବତନ ଝରିଗାଁ ଅତିରିକ୍ତ ତହସିଲଦାର ତଥା ବର୍ତ୍ତମାନର ରାଇଘର ତହସିଲଦାର ଚିନ୍ମୟ ସାଗରଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର।

Advertisment

ଏହା ସହ ନିଲମ୍ବିତ ଚିନ୍ମୟ ସାଗରଙ୍କୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ି କେଉଁଆଡ଼େ ଯାଇପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି।

Tahasildar