Advertisment

ବାହାନଗା ରେଳ ଦୁର୍ଘଟଣାରୁ କିଛି ଶିଖିଲେନି! ଫାଟକ ନପକାଇ ନିଶାରେ ଶୋଇ ପଡ଼ିଲେ କର୍ମଚାରୀ

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଏପରି ଘଟଣା ବାରମ୍ୱାର ଘଟିଥିବା ଅଭିଯୋଗ କରିଛନ୍ତି। ଏପରି ନିଶା ଖୋର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Rail

Rail

Advertisment

ବାହାନଗା ରେଳ ଦୁର୍ଘଟଣାରୁ କିଛି ଶିଖିଲା ନାହିଁ ରେଳ ବିଭାଗ! ବ୍ୟସ୍ତବହୁଳ ଦକ୍ଷିଣ-ପୂର୍ବ ରେଳପଥରେ ଫାଟକ ନପକାଇ ଶୋଇ ପଡ଼ିଲେ ନିଶାଖୋର କର୍ମଚାରୀ। ଟ୍ରେନ୍‌ ଆସୁଥିବା ଦେଖି ଲୋକମାନେ ଫାଟକ ପକାଇଥିଲେ। ବୁଧବାର ରାତିରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ରୋଡ୍‌ ରେଳ ଷ୍ଟେସନ୍‌ ନିକଟରେ ଘଟିଛି। କହିବାକୁ ଗଲେ ଏକ ବଡ଼ ଧରଣର ରେଳ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି।

Advertisment

ଦକ୍ଷିଣ-ପୂର୍ବ ରେଳପଥର ଅମର୍ଦ୍ଦାରୋଡ୍‌ ଓ ବସ୍ତା ଷ୍ଟେସନ ମଧ୍ୟରେ ରହିଛି ନାରଙ୍ଗାବାଜ ରେଳ ଫାଟକ। ବୁଧବାର ରାତିରେ ଲେଭେଲ୍‌ କ୍ରସିଂରେ କାର୍ଯ୍ୟରତ କର୍ମଚାରୀ ଫାଟକ ପକାଇନଥିଲେ। ସେହି ସମୟରେ ଏକ ମାଲ୍‌ବାହୀ ଟ୍ରେନ୍‌ ଆସୁଥିବା ଦେଖି ସ୍ଥାନୀୟ ଲୋକେ ଗେଟ୍‌ ପକାଇ ଥିଲେ। ସ୍ଥାନୀୟ ଲୋକଙ୍କ କହିବାଅନୁସାରେ ଲେଭେଲ୍‌ କ୍ରସିଂ ଦାୟିତ୍ୱରେ ଥିବା କର୍ମଚାରୀ ଫାଟକ ପକାଇବା ସ୍ଥିତିରେ ନଥିଲେ। ସେ ମଦ ନିଶାରେ ଶୋଇ ପଡ଼ିଥିଲେ। ମାଲବାହୀ ଟ୍ରେନ୍‌ ଲେଭେଲ୍‌ କ୍ରସିଂ ଅତିକ୍ରମ କରିବା ପରେ ଲୋକମାନେ ଯିବା ଆସିବା କରିଥିଲେ।। ଏନେଇ କମର୍ଦ୍ଦା ରୋଡ୍‌ ଷ୍ଟେସନ୍‌କୁ ଖବର ଦିଆଯାଇଥିଲା। ରେଳ କର୍ମଚାରୀମାନେ ଆସି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଏପରି ଘଟଣା ବାରମ୍ୱାର ଘଟିଥିବା ଅଭିଯୋଗ କରିଛନ୍ତି। ଏପରି ନିଶା ଖୋର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହ ନିଶାଖୋର ଗାର୍ଡଙ୍କ ଭିଡିଓ ଉତ୍ତୋଳନ କରି ଟ୍ୱିଟ୍‌ କରିଛନ୍ତି। ଉକ୍ତ ଟ୍ୱିଟ୍‌କୁ ରେଳ ମନ୍ତ୍ରୀ ଓ ରେଳ ବିଭାଗକୁ ଟ୍ୟାଗ୍‌ କରିଥିବା ଜଣାପଡ଼ିଛି।

Advertisment

ସୂଚନାରୁ ପ୍ରକାଶ, କିଛି ମାସ ତଳେ ବାହାନଗା ବଜାର ରେଳ ଷ୍ଟେସନ୍‌ରେ ଘଟିଥିଲା ଲୋମଟାଙ୍କୁରା ଦୁର୍ଘଟଣା। ଏଥିରେ ପାଖାପାଖି ୩୦୦ ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଦୁର୍ଘଟଣାରୁ କିଛି ଶିଖି ପାରିଲା ନାହିଁ ରେଳ ବିଭାଗ। ପୁଣି ଥରେ ନିଶା ଖୋରଙ୍କୁ ରେଳ ଫାଟକରେ ନିୟୋଜିତ କରି ଦୁର୍ଘଟଣାକୁ ନିମନ୍ତ୍ରଣ କରୁଥିବା ଅଭିଯୋଗ ହେଉଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe