Advertisment

ଲୋକାର୍ପିତ ହେଲା ଦଶପଲ୍ଲା ରେଳ ଷ୍ଟେସନ୍‌; ଦୈନିକ ଚାଲିବ ୪ ଟ୍ରେନ୍‌

ଲୋକାର୍ପଣ ଉତ୍ସବରେ ଖୋର୍ଦ୍ଧ-ବଲାଙ୍ଗିର ରେଳପଥକୁ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୃଢୋକ୍ତିର ସହ କହିଛନ୍ତି ଯେ ବଲାଙ୍ଗିର ଯାଏଁ ପହଞ୍ଚିକି ରହିବ। ଏଥିରେ କୌଣସି ବାଧା ଅଟକାଇ ପାରିବନି।

ଅଦ୍ୟତନ ହୋଇଛି
Train

Train

Advertisment

ଖୋର୍ଦ୍ଧା -ବଲାଙ୍ଗିର ରେଳ ପଥ ଆଉ ପାଦେ ଆଗକୁ ବଢ଼ିଲା। ବହୁ ପ୍ରତୀକ୍ଷିତ ଦଶପଲ୍ଲା ରେଳ ଷ୍ଟେସନ ଆଜି ଲୋକାର୍ପିତ ହୋଇଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ଷ୍ଟେସନର ଲୋକାର୍ପଣ କରିଛନ୍ତି। ଏଥିସହ ସବୁଜ ପତାକା ଦେଖାଇ ସେଠାରୁ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏବେ ଦଶପଲ୍ଲାରୁ ୪ଟି ଟ୍ରେନ ଚଳାଚଳ କରିବ। ୨ଟି ପାସେଞ୍ଜର ଏବଂ ଗୋଟିଏ ଲେଖାଏଁ ଏକ୍ସପ୍ରେସ ଓ ମେମୁ ଦଶପଲ୍ଲାକୁ ନିୟମିତ ରେଳସେବା ଯୋଗାଇଦେବ।

Advertisment

ଲୋକାର୍ପଣ ଉତ୍ସବରେ ଖୋର୍ଦ୍ଧ-ବଲାଙ୍ଗିର ରେଳପଥକୁ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୃଢୋକ୍ତିର ସହ କହିଛନ୍ତି ଯେ ବଲାଙ୍ଗିର ଯାଏଁ ପହଞ୍ଚିକି ରହିବ। ଏଥିରେ କୌଣସି ବାଧା ଅଟକାଇ ପାରିବନି। ମାଟି ପାଇଁ କାମ କରିବା ବେଳେ କୌଣସି ରାଜନୀତି କରିବାନି ବୋଲି ରେଲ ମନ୍ତ୍ରୀ କହିଛନ୍ତି।

Trainସଜେଇ ହୋଇଛି ରେଳ ଷ୍ଟେସନ୍‌

ସୂଚନା ଅନୁସାରେ, ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଅନ୍ତର୍ଗତ ଖୋର୍ଦ୍ଧାରୋଡ୍‌ଠାରୁ ନୂଆଗାଁ ପର୍ଯ୍ୟନ୍ତ ୯୨ କିଲୋମିଟର ଟ୍ରାକରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିବା ବେଳେ, ବର୍ତ୍ତମାନ ନୂଆଗାଁ ଷ୍ଟେସନଠାରୁ ଦଶପଲ୍ଲା ଷ୍ଟେସନ ପର୍ଯ୍ୟନ୍ତ ଅଧିକ ପ୍ରାୟ ୧୫ କିଲୋମିଟର ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି। ସେପଟେ ବଲାଙ୍ଗିରରୁ ସୋନପୁର ବିଛୁପାଲି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିବା ବେଳେ, ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ବୌଦ୍ଧ ଜିଲ୍ଲା ପୁରୁଣା କଟକ ପର୍ଯ୍ୟନ୍ତ ଟ୍ରେନ୍‌ ଗଡ଼ାଇବାକୁ ଲକ୍ଷ୍ୟ ରହିଛି।

Advertisment

ସ୍ୱାଧୀନତା ପୂର୍ବରୁ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ପରିକଳ୍ପନା ହୋଇଥିବା କୁହାଯାଉଥିଲେ ମଧ୍ୟ ଏହାକୁ ମଂଜୁରି ମିଳିଥିଲା ୧୯୯୪-୯୫ ମସିହାରେ। ଜମି ଅଧିଗ୍ରହଣ ସହିତ ଅନ୍ୟ ସମସ୍ୟା ପାଇଁ ଧୀର ମନ୍ଥର ଗତିରେ କାମ ଚାଲିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆସିବା ପରେ ଏହି ପ୍ରକଳ୍ପକୁ ନୂଆ ଜୀବନ ମିଳିଛି। ଫଟାଫଟ୍‌ କାମ ଚାଲିଥିବା ବେଳେ ମଂଜୁର ହୋଇଛି ଅଧିକ ଅର୍ଥ। ରେଳପଥ ସଂପୂର୍ଣ୍ଣ ହେଲେ ଏହା ବିକାଶର ନୂଆ କାହାଣୀ କହିବ। ୫ଟି ଜିଲ୍ଲା ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗିରକୁ ସଂଯୋଗ କରିବ ଏହି ରୁଟ୍। ଉପକୂଳରୁ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରିବା ସହିତ ପାଲଟିବ ଲୋକଙ୍କ ଲାଇଫ୍‌ ଲାଇନ।

Nayagarh Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe