Advertisment

ହଇରାଣ କରୁଛି ଗୋବରା ଗାଁର ଗଳାପୋଲ

ସମସ୍ୟାର ସମାଧାନ କରା ନଗଲେ ରେଳରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ।

Railway Under Bridge

Railway Under Bridge

Advertisment

ଲୋକଙ୍କ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ କଟକ ଜିଲ୍ଲା ଆଠଗଡ଼ର ଗୋବରା ଗାଁରେ ଗଳାପୋଲ ତିଆରି କରାଯାଇଛି। ତେବେ ଏହି ଗଳାପୋଲ ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment

ବିଶେଷ କରି ବର୍ଷା ଦିନେ ଏହି ଗଳାପୋଲ ଲୋକଙ୍କୁ ହଇରାଣ କରୁଛି। ଟିକିଏ ବର୍ଷା ହେଲେ ଗଳାପୋଲରେ ପାଣି ଜମିଯାଉଛି। ତେଣୁ ଲୋକେ ଯା’ଆସ କରିବାରେ ଅସୁବିଧା ହେଉଛି।

ସ୍ଥାନୀୟ ଜଣେ ବାସିନ୍ଦା କହିଛନ୍ତି, ଭୌଗୋଳିକ ସ୍ଥିତିକୁ ସଠିକ୍ ଭାବେ ବିଚାରକୁ ନନେଇ ଏହି ଗଳାପୋଲ ତିଆରି କରାଯାଇଛି। ମେ’ ମାସରେ ବର୍ଷା ହେଲେ ବି ଏଠାରେ ପାଣି ଜମୁଛି। ସ୍ୱଳ୍ପ ବର୍ଷା ହେଲେ ୩ରୁ ୪ ଫୁଟ୍‌ ଓ ଲଗାତାର ବର୍ଷା ହେଲେ ୫ ଫୁଟ୍ ପର୍ଯ୍ୟନ୍ତ ପାଣି ଜମି ରହୁଛି। ଫଳରେ ଲୋକେ ଭାରି ହଇରାଣ ହେଉଛନ୍ତି। କର୍ମଜୀବୀଙ୍କଠାରୁ ଆରମ୍ଭ କରି ରୋଗୀ- ସମସ୍ତେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Advertisment

ଏହି ସମସ୍ୟାର ସମାଧାନ ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଗାଁ ଲୋକେ ଦାବି କରିଛନ୍ତି। ବିଭିନ୍ନ ସମୟରେ ଏନେଇ ଅଭିଯୋଗ କରାଯାଇଥିଲେ ହେଁ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି। 

ଆମେ ବିଭିନ୍ନ ଅଧିକାରୀଙ୍କୁ ଆମ ଦାବି ସମ୍ପର୍କରେ ଲିଖିତ ଭାବେ ଜଣାଇଛୁ। ଯଦି ସମସ୍ୟାର ସମାଧାନ କରାନଯାଏ, ତା’ହେଲେ ଆମେ ରେଳରୋକ କରିବୁ ବୋଲି ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି।

Railway Indian Railway
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe