Advertisment

ଦଶ ଗୁଣ ବଢ଼ିଲା ରେଲୱେ ଦୁର୍ଘଟଣା ଅନୁକମ୍ପା ରାଶି; ଜାଣନ୍ତୁ, ମିଳିବ କେତେ ଟଙ୍କା ?

ରେଳବାଇ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଟ୍ରେନ୍‌ ଦୁର୍ଘଟଣା ଓ ଅତର୍କିତ ଭାବେ ଘଟୁଥିବା ଅନ୍ୟ ଘଟଣା ଯୋଗୁ ଟ୍ରେନ ଯାତ୍ରୀଙ୍କ ମୃତ୍ୟୁ ହେଲେ ଏହି ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ।

Indian Railway

Indian Railway

Advertisment

ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ତଥା ଗୁରୁତରଙ୍କୁ ମିଳିବ ବଡ଼ କ୍ଷତିପୂରଣ ରାଶି । ଏହି କ୍ଷତିପୂରଣ ରାଶି ପୂର୍ବାପେକ୍ଷା ୧୦ ଗୁଣ ଅଧିକ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ରେଳବାଇ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଟ୍ରେନ୍‌ ଦୁର୍ଘଟଣା ଓ ଅତର୍କିତ ଭାବେ ଘଟୁଥିବା ଅନ୍ୟ ଘଟଣା ଯୋଗୁ ଟ୍ରେନ ଯାତ୍ରୀଙ୍କ ମୃତ୍ୟୁ ହେଲେ ଏହି ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରାଯିବ । ପୂର୍ବରୁ ରେଳବାଇ ପକ୍ଷରୁ ୨୦୧୨ ଓ ୨୦୧୩ ମସିହାରେ କ୍ଷତିପୂରଣ ରାଶିର ପରିମାଣରେ ସଂଶୋଧନ କରାଯାଇଥିଲା।

Advertisment

ରେଳବାଇର ନୂଆ ନିର୍ଦ୍ଦେଶାନାମା ଅନୁଯାୟୀ, ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫୦ ହଜାର ପରିବର୍ତ୍ତେ ୫ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ସେହିପରି ଗୁରୁତର ଆହତଙ୍କୁ ମିଳୁଥିବା କ୍ଷତିପୂରଣ ରାଶିକୁ ୨୫ ହଜାରରୁ ବଢ଼ାଇ ୨.୫୦ ଲକ୍ଷ ଟଙ୍କା କରାଯାଇଛି। । ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ୫ ହଜାର ପରିବର୍ତ୍ତେ ୫୦ ହଜାର ଟଙ୍କା ମିଳିବ ।

ଏହାବାଦ ଅତର୍କିତ ଘଟଣା ଯେପରି ଟ୍ରେନ୍‌ ଉପରେ ଆତଙ୍କବାଦୀ ଆକ୍ରମଣ, ଟ୍ରେନ୍‌ରେ ଡକାୟତି, ହିସାଂକାଣ୍ଡ ଆଦି ଘଟଣା ଘଟି କାହାର ଜୀବନ ହାନୀ ଘଟିଲେ ତଥା କେହି ଗୁରୁତର ଆହତ ହେଲେ ସହାୟତା ରାଶିର ପରିଣାମ ବଢ଼ାଯିବ । ଏପରି ଘଟଣାରେ ମୃତ୍ୟୁମୁଖରେ ପଡ଼ୁଥିବା ଯାତ୍ରୀଙ୍କୁ ଦେଢ ଲକ୍ଷ, ଗୁରୁତରଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୫ ହଜାର ମିଳିବ । ପୂର୍ବରୁ ଏହି ରାଶି ଯଥାକ୍ରମରେ ୫୦ ହଜାର, ୨୫ ହଜାର ଓ ୫ ହଜାର ଟଙ୍କା ଥିଲା।

Advertisment

ଟ୍ରେନ୍‌ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲରେ ୩୦ ଦିନରୁ ଅଧିକ ସମୟ ଆଡମିଟ ହେଲେ ଅନୁକମ୍ପା ରାଶି ବି ବୃଦ୍ଧି ପାଇବ ବୋଲି ରେଲବାଇ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି।

Train Accident Compensation Suit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe