Advertisment

ମଣ୍ଡିରେ ଭିଜିଲା କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଧାନ, ଚିନ୍ତାରେ ଚାଷୀ

ବୀରମହାରାଜପୁର ବ୍ଲକ ଖମ୍ବଶିରିପାଲି ଗାଁର ବିଜୟ କୁମାର ଅଗ୍ରୱାଲ୍‌ ଚଳିତ ରବୀ ଋତୁରେ ଧାନ ଚାଷ କରିଥିଲେ। ଭଲ ଚାଷ ହୋଇଥିଲା। ସେଥିରୁ ୩୫୦ କ୍ୱିଣ୍ଟାଲ୍‌ ଧାନ ବିକିବା ପାଇଁ ଟୋକନ ପାଇଥିଲେ।

Mandi

Mandi

Advertisment

ଅସମ୍ଭାଳ ଗ୍ରୀଷ୍ମ ତାତିରେ କେତେ ପରିଶ୍ରମ କରି ରବୀ ଋତୁ ଧାନ ଚାଷ କରିଥିଲେ ଚାଷୀ। ଭାବିଥିଲେ ଧାନ ବିକି କିଛି ଅର୍ଥ ରୋଜଗାର କରିବେ। ହେଲେ ସବୁ ଫସର ଫାଟିଲା। ନିଜ କଷ୍ଟ ଉପାର୍ଜିତ ଧାନ ମଣ୍ଡିରୁ ଉଠିଲା ନାହିଁ। ମଣ୍ଡିରେ ବର୍ଷାରେ ଭିଜିଲା ଧାନ। ବର୍ଷା ପାଣିରେ ଧାନ ଭିଜିବା ପରେ କଟ୍‌ନି ଛଟ୍‌ନିକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଏପରି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ।

Advertisment

ବୀରମହାରାଜପୁର ବ୍ଲକ ଖମ୍ବଶିରିପାଲି ଗାଁର ବିଜୟ କୁମାର ଅଗ୍ରୱାଲ୍‌ ଚଳିତ ରବୀ ଋତୁରେ ଧାନ ଚାଷ କରିଥିଲେ। ଭଲ ଚାଷ ହୋଇଥିଲା। ସେଥିରୁ ୩୫୦ କ୍ୱିଣ୍ଟାଲ୍‌ ଧାନ ବିକିବା ପାଇଁ ଟୋକନ ପାଇଥିଲେ। ବିଜୟ ଟୋକନ ପାଇଲା ପରେ ୪୦୦ଟି ବସ୍ତାରେ ଧାନ ଭର୍ତ୍ତି କରି ଉଫୁଲା ମଣ୍ଡିକୁ ନେଇଥିଲେ। ହେଲେ ଏହାରି ଭିତରେ ବିତି ଗଲାଣି ଅନେକ ଦିନ। ବିଜୟଙ୍କ ଧାନ ଉଠିପାରିଲା ନାହିଁ। ଗୁରୁବାର ରାତିରେ ହୋଇଥିବା ଝଡ଼ ତୋଫାନରେ ତାଙ୍କର ଧାନ ବସ୍ତା ଭିଜି ନଷ୍ଟ ହୋଇଯାଇଛି। କେବଳ ବିଜୟଙ୍କର ନୁହେଁ, ଅନେକ ଚାଷୀଙ୍କ ଧାନ ମଣ୍ଡିରେ ଭିଜିଛି। ପ୍ରାୟ ୨ ହଜାରରୁ ଅଧିକ ବସ୍ତା ଧାନ ଭିଜିଥିବା ଦେଖିବାକୁ ମିଳିଛି।

ଚାଷୀଙ୍କ ଅଭିଯୋଗ ଉଫୁଲା ମଣ୍ଡିରେ ଧାନ ରଖିବା ପାଇଁ ଠିକ୍‌ ଭାବେ ବ୍ୟବସ୍ଥା ହୋଇନି। ତେଣୁ ଚାଷୀମାନେ ନିଜର କଷ୍ଟ ଉପାର୍ଜିତ ଧାନକୁ ତାରପୋଲିନ୍‌ ଟେଣ୍ଟ ତଳେ ରଖୁଛନ୍ତି। କିନ୍ତୁ ଗୁରୁବାର ରାତିରେ ହୋଇଥିବା ଝଡ ତୋଫାନରେ ତାରପୋଲିନ ଉଡି ଯାଇଛି। ଯେଉଁଥିପାଇଁ ଧାନ ସବୁ ବର୍ଷାରେ ଭିଜି ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

Advertisment

ସମାନ ଚିତ୍ର ଆସିଛି ଉଲୁଣ୍ଡା ବ୍ଲକରୁ। ଏହି ବ୍ଲକ କଳାପଥର ଗାଁରେ ମା’ କାଳେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ କିଣାଯାଉଥିବା ଧାନ ମଣ୍ଡିରେ ପଡ଼ିଛି। ଖୋଲା ଆକାଶ ତଳେ ୫ ହଜାର କ୍ୱିଣ୍ଟାଲ୍‌ ଧାନ ପଡ଼ିଛି। ଗୁରୁବାର ରାତିରେ ହୋଇଥିବା ଝଡ଼ ତୋଫାନ ଓ ବର୍ଷାରେ ଧାନ ବସ୍ତା ସବୁ ଭିଜି ନଷ୍ଟ ହୋଇଯାଇଛି। ଆଜି ସକାଳେ ଚାଷୀମାନେ ନିଜ ଭିଜିଲା ଧାନକୁ ସୁଖାଇବାକୁ ଚେଷ୍ଟା କରୁଛନ୍ତି। କେବଳ ସେତିକି ନୁହେଁ ଏଠି ଖୋଲା ଖୋଲି ଭାବେ ସରକାରୀ ନିୟମକୁ ଉଲ୍ଲଂଘନ କରି ସ୍ୱୟଂ ସହାୟକ ଗୋଷ୍ଠୀ କଟନି ଛଟନି କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏବେ ବର୍ଷାରେ ଭିଜିଲା ପରେ ଅଧିକ କଟନି ନଦେଲେ ଚାଷୀଙ୍କ ଧାନ ଉଠିବ ନାହିଁ ବୋଲି ଧମକ ମିଳୁଥିବା ଚାଷୀମାନେ କ୍ଷୋଭର ସହ କହୁଥିବା ଅଭିଯୋଗ ହୋଇଛି।

ସେପଟେ କଟନି ଛଟନିକୁ ପରୋକ୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ସ୍ୱୀକାର କରିଛନ୍ତି। ହେଲେ ଅଧିକ କଟନି କରୁନଥିବା ସେ କହିଛନ୍ତି।

ରିପୋର୍ଟ- ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା

Paddy Subarnpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe