ବର୍ଷା ହେବାରୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ବିଲ୍ଡିଂ ଭିତରେ ଲହଡି ମାରିଥିଲା ବର୍ଷାଜଳ। ପାଣି ନିଷ୍କାସନ ହେବା ପାଇଁ ଛାତରେ କୌଣସି ବ୍ୟବସ୍ଥା ନଥିବାରୁ ଓ ବିଲ୍ଡିଂ ଡିଜାଇନରେ ତ୍ରୁଟି ଥିବାରୁ ଏପରି ଅବସ୍ଥା ଭୋଗୁଛନ୍ତି ରୋଗୀ । ମେଡିକାଲରେ ଆବଶ୍ୟକୀୟ ବେଡ୍ ନଥିବାରୁ, ଆଡମିଶନ ହୋଇଥିବା ରୋଗୀ ମେଡିସିନ ୱାର୍ଡର ବାରଣ୍ଡାରେ ଚିକିତ୍ସିତ ହେଉଥିଲେ।